ସ୍ତ୍ରୀ ଛାଡପତ୍ର ଦେବାରୁ ପୂରା ଟ୍ରେନରେ ନିଆଁ ଲଗାଇଦେଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଦକ୍ଷିଣ କୋରିଆରେ। ଦକ୍ଷିଣ କୋରିଆର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଛାଡପତ୍ରରେ ନିରାଶ ହୋଇ ଏକ ମେଟ୍ରୋ ଟ୍ରେନ ବଗିରେ ନିଆଁ ଲଗାଇ ଦେଇଥିଲେ। ସେ କମ୍ପାର୍ଟମେଣ୍ଟ ଭିତରେ ପେଟ୍ରୋଲ ଢାଳି ଦେଇଥିଲେ ଏବଂ ତା’ପରେ ନିଆଁ ଲଗାଇବା ପାଇଁ ତାଙ୍କ ପୋଷାକ ବ୍ୟବହାର କରିଥିଲେ।
ଏକ ରିପୋର୍ଟ ଅନୁଯାୟୀ, ସିଓଲରେ ଏକ ଚଳନ୍ତା ମେଟ୍ରୋ ଟ୍ରେନ ଭିତରେ ନିଆଁ ଲଗାଇବା ପାଇଁ ଜଣେ ୬୭ ବର୍ଷୀୟ ବ୍ୟକ୍ତି, ଯାହାଙ୍କ ନାମ ଓ୍ବାାନ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଏହି ଘଟଣାଟି ମେ ୩୧ ରେ ଘଟିଥିଲା ଏବଂ ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ଅନେକ କ୍ଷତିଗ୍ରସ୍ତ ହୋଇଛି। ସିଓଲ ଦକ୍ଷିଣ ଜିଲା ପବ୍ଲିକ ପ୍ରସିକ୍ୟୁଟର ଅଫିସ ଅନୁଯାୟୀ, ହତ୍ୟା ଉଦ୍ୟମ, ଚଳନ୍ତା ଟ୍ରେଟ୍ରେ ନିଆଁ ଲଗାଇବା ଏବଂ ରେଳ ସୁରକ୍ଷା ଆଇନର ଉଲ୍ଲଂଘନ ସମେତ ୱାନ ବହୁ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।
ସକାଳ ପ୍ରାୟ ୮:୪୨ ମିନିଟ୍ରେ ସିଓଲ ମେଟ୍ରୋ ଲାଇନ ୫ରେ ୟେଓନାରୁ ଷ୍ଟେଶନ ଏବଂ ମାପୋ ଷ୍ଟେଶନ ମଧ୍ୟରେ, ଯେତେବେଳେ ଟ୍ରେନ୍ଟି ହାନ ନଦୀ ତଳେ ଏକ ସମୁଦ୍ର ତଳ ସୁଡ଼ଙ୍ଗ ଦେଇ ଯାଉଥିଲା, ସେତେବେଳେ ଅଗ୍ନିକାଣ୍ଡ ଘଟିଥିଲା।