ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ଵାମୀ

ଦେବଗଡ଼,୨୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଝରାଡିହି ଗ୍ରାମରେ ଅଭାବନୀୟ ଘଟଣା। ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ଵାମୀ। ଏହାପରେ ଅଭିଯୁକ୍ତ ସ୍ୱାମୀ ଛତାବର ଡାକ୍ତରଖାନାରେ ମହିଳାଙ୍କ ଶବ ଛାଡି ଫେରାର ମାରିଛନ୍ତି। ମୃତ ମହିଳାଙ୍କ ବାପା କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିଛନ୍ତି। ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ।

Share
Tags: deogarh