ଶିକାରୀ ସହ ବନ୍ଧୁକ ଜବତ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ପୋଲିସ ମଙ୍ଗଳବାର ସକାଳେ ଜଣେ ଶିକାରୀଙ୍କୁ ଗିରଫ କରିଛି। ସେହେଲେ ବୁଦୁରୁପାଲିର ସନିଆ ମଲ୍ଲିକ। ପୋଲିସ ସନିଆଙ୍କଠାରୁ ଦୁଇଟି ହରିଣ ସିଙ୍ଘ, ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି। ଆଜି ସନ୍ଧ୍ୟାରେ ସନିଆଙ୍କୁ କୋର୍ଟ ଚାଲାଣ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ ଡ. ଦୀପକ ମିଶ୍ର ତାହା ପ୍ରକାଶ କରିଛନ୍ତି। ଏହି ଅବସରରେ ତାରସିଂ ଥାନା ଅଧିକାରୀ ଶୁଭ ଲକ୍ଷ୍ମୀ ପୂଜାରୀ, ଏସ ଆଇ ସମୀର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଘଟଣାରୁ ପ୍ରକାଶ ଯେ ସନିଆ ଜଣେ ବୃତ୍ତିଗତ ଶିକାରୀ । ସେ ଅଧିକାଂଶ ସମୟ ବେଆଇନ ଲାଭ ପାଇଁ ବନ୍ୟପ୍ରାଣୀ ଶିକାର କରିଥାଏ । ସଂପୃକ୍ତ ଅଞ୍ଚଳରେ ମାଂସ, ଦାନ୍ତ, ଚମଡା, ଶିଙ୍ଗ ଇତ୍ୟାଦି ବନ୍ୟ ପ୍ରାଣୀ ବିକ୍ରି କରିବା ଉଦ୍ଦେଶ୍ୟରେ ଦେଶୀ ନିର୍ମିତ ଏସବିଏମଏଲ ବନ୍ଧୁକ ବ୍ୟବହାର କରି ବେଆଇନ ଭାବରେ ବନ୍ୟପ୍ରାଣୀ ଶିକାର କରୁଥିଲେ। ସେ ଜଣେ ଅସାମାଜିକ ସ୍ବଭାବର ହୋଇଥିବାରୁ କେହି ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ସାହସ କରୁ ନ ଥିଲେ। ଆଜି ସକାଳେ ଏସଆଇ ଏସ କେ ବେହେରା ମାଙ୍କଡାକୁମ୍ପା ଛକରେ ପାଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ସୂଚନା ପାଇ ଅଭିଯୁକ୍ତ ସନିଆ ମଲ୍ଲିକଙ୍କୁ ଗିରଫ କରିଥିଲେ। ଏହାପରେ ପଚରାଉଚରା କରିବା ପରେ ସେ ଦୁଇ ମାସ ପୂର୍ବରୁ ଏକ ହରିଣ ଶିକାର କରିଥିଲେ । ଏହାପରେ ଉକ୍ତ ସୂଚନାକୁ ଆଧାର କରି ସାକ୍ଷୀମାନଙ୍କ ଉପସ୍ଥିତିରେ ଚନ୍ଦ୍ରଗିରି ଗଭୀର ଜଙ୍ଗଲ ଭିତରେ ଏକ ବୁଦାରୁ ଦୁଇ ଖଣ୍ଡ ଜଙ୍ଗଲୀ ହରିଣ ଶିଙ୍ଗ ଜବତ କରାଯାଇଥିଲା ।

Share