ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି ଓ ବିଶ୍ୱସ୍ତରୀୟ ଦକ୍ଷିଣପନ୍ଥୀ ଆନ୍ଦୋଳନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ଓର୍ବାନଙ୍କ ଅନୁଗତ ଥିବା ପିଟର ମାଗ୍ୟାରଙ୍କ ସପକ୍ଷରେ ଜନମତ ଯାଉଥିବାବେଳେ ୟୁରୋପୀୟ ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଓର୍ବାନ ସରକାରଙ୍କ ଦୁର୍ନୀତି ବିରୋଧରେ ପିଟର ପ୍ରଚାର ଚଳାଇବା ସହ ୟୁରୋପୀୟ ସଂଘ (ଇୟୁ) ଏବଂ ନାଟୋ ସହିତ ହଙ୍ଗେରୀର ସମ୍ପର୍କ ପୁନଃ ପ୍ରତିଷ୍ଠା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିନା ମେଣ୍ଟରେ ସରକାର ଗଢ଼ିବା ପାଇଁ ପିଟରଙ୍କ ଟିସ୍ଜା ପାର୍ଟି ଏକ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।
ସୋମବାର ସନ୍ଧ୍ୟା ସୁଦ୍ଧା ୭୭ ପ୍ରତିଶତ ଭୋଟଗଣତି ସରିଥିବା ବେଳେ ପିଟରଙ୍କ ଦଳକୁ ୫୩% ଏବଂ ଓର୍ବାନଙ୍କ ଦଳ ପିଡେଜ୍ ପାର୍ଟିକୁ ୩୮% ଭୋଟ ମିଳିଛି। ଓର୍ବାନ ପରାଜୟ ସ୍ବୀକର କରିବା ସହ ଏହାକୁ ଏକ ଯନ୍ତ୍ରଣାଦାୟକ ନିର୍ବାଚନ ଫଳାଫଳ ବୋଲି କହିଛନ୍ତି।