କଂଗ୍ରେସରେ ମିଶିଲେ ଶତାଧିକ ଯୁବକ

ନୂଆପଡା,୧୩।୧୦,(ମକାରୁ ବେମାଲ): ନୂଆପଡା ଏବିଟି ସମ୍ମିଳନୀ କକ୍ଷରେ ସୋମବାର ଜିଲା କଂଗ୍ରେସ କମିଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ନୂଆପଡା ସହରର ଶତାଧିକ ଯୁବକ କଂଗ୍ରେସରେ ଯୋଗଦେଇଛନ୍ତି। ଏହି ସମୟରେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା, ନୂଆପଡା ଜିଲା ପର୍ଯ୍ୟବେକ୍ଷକ ମୂରଲୀଧର ନାୟକ,ଗରିବସେନା ଜିଲା ଆବାହକ ରବି ମଙ୍ଗରାଜ,ପବନ ଶର୍ମା, ଜାତୀୟ କଂଗ୍ରେସ ମୁଖପାତ୍ର ହମିତ୍‌ ହୁସେନ ପ୍ରମୁଖ ଉପସ୍ଥିତି ଥିଲେ। କଂଗ୍ରେସ କହିଛଇ ଯେ ବିଜେଡି ଓ ଭାଜପା ପ୍ରାର୍ଥୀ ଦେଇ ପାରୁ ନାହିଁ। ସେମାନଙ୍କୁ ପ୍ରାର୍ଥୀ ମିଳୁ ନାହିଁ। ନିର୍ବାଚନରେ ବିଜୟୀ ହେବ କ’ଣ। ଚଳିତ ଉପ ନିର୍ବାଚନର ଜାତୀୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ବିଜୟୀ ହୋଇ ବିଧାନ ସଭାକୁ ଯିବେ ବୋଲି ପିସିସି ସଭାପତି ଦାସ କହିଛନ୍ତି।

 

Dharitri – The Largest & Most Trusted Odia Daily