ଉନ୍ନତିକରଣ ନାଁରେ ପୋତାଗଡ଼ରୁ କଟାଗଲା ଶହଶହ ଗଛ

ଗଞ୍ଜାମ,୧୫ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଅବସ୍ଥିତ। ବର୍ତ୍ତମାନ ପୋତାଗଡ଼ର ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି। କିନ୍ତୁ ଉନ୍ନତିକରଣ ନାମରେ ସେଠାରେ ଥିବା ଶହ ଶହ ବିଭିନ୍ନ ପ୍ରକାର ଗଛକୁ କଟାଯିବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଥିବା ପରିଲକ୍ଷିତ ହୋଇଛି। ପ୍ରାକ୍ତନ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଛ ଗୁଡ଼ିକ ନ କାଟିବାକୁ ପରାମର୍ଶ ଦେଇଥିଲେ ଏବଂ ଏହାର ଦାୟିତ୍ୱ ନେଇଥିଲେ ତତ୍‌କାଳୀନ ତହସିଲଦାର ଅରୁଣ କୁମାର ନାୟକ।
ପ୍ରକାଶଯୋଗ୍ୟ, ପର୍ଯ୍ୟଟନ ବିଭାଗ, ବ୍ଲକ ଓ ଏନ୍‌ଏସି ପ୍ରଶାସନ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ସେଠାରେ ଉନ୍ନତିକରଣ ଚାଲିଛି। ଆଉ ସେଠାରୁ ଗଛ ନ କାଟିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Share
Tags: tree cut