‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପରିବହନ ଭଳି କ୍ଷେତ୍ରକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ହେଲେ ବଜେଟରେ ଟିକସ୍‌ରୁ ରିହାତି ମିଳିବ ବୋଲି ମଧ୍ୟବିତ୍ତ ଆଶା କରିଥିଲେ।  ବଜେଟରେ ଆୟକର ସ୍ଲାବରେ ସେଭଳି କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ ମଧ୍ୟବିତ୍ତ କରଦାତା ହତାଶ ହୋଇଛନ୍ତି। ଅନ୍ୟପକ୍ଷେ ବଜେଟ ଦେଖି ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌ ହେଉଛି।

ବଜେଟ 2026-27ରେ ସ୍ବାସ୍ଥ୍ୟସେବା ଏବଂ ଉତ୍ପାଦନ ପାଇଁ ବଡ଼ ଲକ୍ଷ୍ୟ ସ୍ଥିର କରାଯାଇଛି। ହେଲେ ମଧ୍ୟବିତ୍ତ ଶ୍ରେଣୀର କରଦାତାମାନେ ଯେଉଁ ଆଶ୍ୱସ୍ତି ପାଇବେ ବୋଲି ଆଶ କରିଥିଲେ। ତାହା ବଜେଟରେ ଉପସ୍ଥାପନ କରାଯାଇ ନାହିଁ। ଏନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ମିମ୍ସ ଭାଇରାଲ ହେବା ସହ ମଧ୍ୟବିତ୍ତ ଶ୍ରେଣୀର କରଦାତା ନିରାଶ ପ୍ରକଟ କରିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ଟି ପ୍ରମୁଖ ଅର୍ଥନୈତିକ ପ୍ରାଥମିକତା ଉପରେ ଏକ ପ୍ରସ୍ତାବ ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟସେବା ଏବଂ ବାୟୋଫାର୍ମା ଉତ୍ପାଦନ ପ୍ରମୁଖ ଫୋକସରେ ରହିଛି।

Share
Tags: Budget 2026