୬ ସହରରେ କୋଭିଡ୍‌ ଟିକାର ମାନବ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,୨୬ା୭: ଭାରତ ବାୟୋଟେକ୍‌ ଏବଂ ଜାଇଡସ କାଡିଲା ଦ୍ୱାରା ପ୍ରସ୍ତୁତ ଦୁଇଟି ଟିକାର ମାନବ ଶରୀରରେ ପରୀକ୍ଷା ୬ଟି ସହରରେ ଆରମ୍ଭ ହୋଇଛି। ଏଥିପାଇଁ ଉକ୍ତ ସହରର ୫୦୦ ସ୍ବେଚ୍ଛାସେବୀଙ୍କୁ ଚୟନ କରାଯାଇଛି। ଶୁକ୍ରବାର ଦିଲ୍ଲୀ ଏମ୍ସରେ ପ୍ରଥମେ ଜଣେ ବ୍ୟକ୍ତିକୁ କୋଭାକ୍ସିନ୍‌ର ୦.୫ ଏମ୍‌ଏଲ୍‌ ଇଞ୍ଜେକ୍‌ଶନ ଦିଆଯାଇଥିଲା। ଉଭୟ କମ୍ପାନୀର ଟିକା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ଅନୁମତି ପାଇବା ପରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଏଥିସହିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କରିଥିବା ଟିକା ଖୁବ୍‌ଶୀଘ୍ର ଭାରତରେ ପରୀକ୍ଷା ହେବାକୁ ଯାଉଛି। ଉକ୍ତ ଟିକା ପ୍ରସ୍ତୁତିରେ ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଂଶୀଦାର ରହିଛି।

Share