ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ମୁଖ୍ୟ ହୁମା ବଜାର ପଲିଥିନ ପ୍ଲାଷ୍ଟକ ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ । ବିଡିିଓ ଅଚ୍ୟୁତାନନ୍ଦ ଯାନୀ, ସହକାରୀ ନିର୍ବାହୀଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ, ହୁମା ସମିତି ସଭ୍ୟ ଧୃବ ଚରଣ ପଲାଇ, ସରପଞ୍ଚ ଜାନକୀ ଦାସଙ୍କ ସମେତ ପଞ୍ଚାୟତର ବିଭିନ୍ନ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ ।
ପରେ ବିଧାୟକ ନାୟକ ହୁମା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆୟୁର୍ବେଦିକ ଚିକିତ୍ସାଳୟ ପରିଦର୍ଶନ କରି ଲୋକଙ୍କ ମୌଳିକ ସମସ୍ୟା ତଥା ସ୍ବାସ୍ଥ୍ୟ ସେବା ଠିକ ଚାଲିଛି ନା ନାହିଁ ପଚାରି ବୁଝିଥିଲେ। ଏଥିସହ ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ଚାଲିଥିବା ନିର୍ମାଣଧୀନ ପ୍ରକଳ୍ପ ବୁଲି ଦେଖିଥିଲେ । ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟ ଉଚ୍ଚ ମାନର କରିବାକୁ ବିଧାୟକ ନାୟକ କଡା ଚେତାବନୀ ଦେଇଥିଲେ । ଏଥିସହ ସ୍ବଚ୍ଛତା ଓ ସୁସ୍ଥ ପରିବେଶ ନିମନ୍ତେ ହୁମା ବଜାରରେ ଥିବା ସମସ୍ତ ଦୋକାନୀ ମାନଙ୍କୁ ଡଷ୍ଟବିନ ପ୍ରଦାନ କରାଯାଇଥିଲା।ଏହି ବ୍ଲକର ପନ୍ଦର ପଞ୍ଚାୟତ ମଧ୍ୟରୁ ହୁମା ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତ କରିବାକୁ ମତ ପ୍ରକାଶ ପାଇଥିଛି।