ବଲାଙ୍ଗୀର,୨୪ା୯(ସୁନୀଲ ମହାନ୍ତି): ବରଗଡ଼ – ବୋରିଗୁମା ୨୬ନଂ ଜାତୀୟ ରାଜପଥ ଦେଓଗାଁ ବିଜୟାନନ୍ଦ ଚିନିକଳ ସାମ୍ନା ରାସ୍ତା ଉପରେ ଏକ ବିରାଟ ଗଛ ପଡ଼ିଯାଇଛି । ଫଳରେ ଯାନବାହନ ସହ ସାଧାରଣ ଲୋକଙ୍କ ଯିବା ଆସିବା ବନ୍ଦ ହେଇଯାଇଛି l ଉଭୟ ପଟରେ ଶହ ଶହ ଗାଡି ସହ ଆମ୍ବୁଲାନ୍ସ ଅଟକି ରହିଛି। ଅଗ୍ନିଶମ ବିଭାଗ ପହଞ୍ଚି ପଡିଥିବା ତେନ୍ତୁଳି ଗଛକୁ ରାସ୍ତାରୁ ହଟାଇବାକୁ ଉଦ୍ୟମ ଜାରି ରଖିଛନ୍ତି।