ପାଟଣା, ୩୦।୯( ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟର ବିଭିନ୍ନ ପୀଠ ଓ ଗୃହରେ ସୋମବାର ମା’ଙ୍କ ସପ୍ତମୀ ପୂଜା ସରିଥିବା ବେଳେ ପାଟଣା ଦୁର୍ଗା ମଣ୍ଡପରେ ମଙ୍ଗଳବାର ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଚାଲିଛି। ପୂଜକ ଭାବେ ବୃନ୍ଦାବନ ଷଡଙ୍ଗୀ , ପୁସ୍ତକ ଆଚାର୍ଯ୍ୟ ଭାବେ ଶୁକଦେ ମିଶ୍ର, ଆଚାର୍ଯ୍ୟ ରବିନାରାୟଣ ଦାଶ , ନନ୍ଦ କିଶୋର ଦାଶ ପ୍ରମୁଖ ପୂଜାଅର୍ଚ୍ଚନା ନୀତି କାନ୍ତି କରିଥିବା ବେଳେ କର୍ତ୍ତା ଭାବେ ପ୍ରଦୀପ କୁମାର ଦାଶ ଦେନୀତି ସମ୍ପାଦନ କରିଥିଲେ। ଆୟୋଜକ ଦୁର୍ଗା ପୂଜା କମିଟି ପକ୍ଷରୁ ସହଦେବ ବେହେରା, ଯୁଗଳ କିଶୋର ଦାଶ, ରଣଜିତ ଚକ୍ର , ବିଭୁତି ଭୁଷଣ ବେହେରା, ଅଜୟ କୁମାର ବେହେରା, ବିବେକାନନ୍ଦ ଦାଶ,ସୁଦାମ ଦାଶ, ମଧବା ନନ୍ଦ ପୃଷ୍ଟୀ, କମଳା କାନ୍ତ ପତି, ଶିବନାରାୟଣ ମିଶ୍ର, ଅଜୟ ଦାସ , ଯତୀନ୍ଦ୍ର କୁମାର ଦାଶ , ପ୍ରବୀଣ ଭଞ୍ଜ ଦେଓ, ସନ୍ତୋଷ କର, ସୁବୁଦ୍ଧି ବେଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିଶୃଙ୍ଖଳାର ସହ ପୂଜା ଅର୍ଚ୍ଚନା ଚାଲିଛି। ଅଷ୍ଟମୀରେ ମହାମାୟାଙ୍କୁ ଦର୍ଶନ ଓ ସାନିଧ୍ୟ ପାଇଁ ସମସ୍ତ ବ୍ରତଧାରି ଓ ଭକ୍ତମାନଙ୍କ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଛି। ସୁଦୃଶ୍ୟ ଆଲୋକ ମାଳା ସହ ତୋରଣ ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ନବମୀରେ ବୁଧବାର ଶ୍ରଦ୍ଧାଳୁଙ୍କ ପାଇଁ ସଙ୍କୁଡି ଭୋଗ ବ୍ୟବସ୍ଥା ହୋଇଛି। ଗୁରୁବାର ସନ୍ଧ୍ୟାରେ ରାବଣ ପୋଡ଼ି କମିଟି ତରଫରୁ ପାଟଣା ଷ୍ଟାଡିୟମରେ ରାବଣ ପୋଡ଼ି ସହ ଆସତ ବାଜି କାର୍ଯ୍ୟକ୍ରମ ହେବ ବୋଲି କମିଟିର ସଭାପତି ବିଜୟ ରତ୍ନ ପତି କହିଛନ୍ତି।