ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୋମନା ବ୍ଲକ ଟିକ୍ରାପଡା ପଞ୍ଚାୟତ ଜେଠୁପାଲି ଗାଁର ପବିତ୍ର ଜାଲ (୨୨), ଯୋଗେନ୍ଦ୍ର ତାଣ୍ଡି (୨୪), ଟାଗର ତାଣ୍ଡି (୨୯), ବୃଦ୍ଧଦେବ ତାଣ୍ଡି(୩୫), ବୃଦ୍ଧି କୋମନା ପଞ୍ଚାୟତ ପଣ୍ଡରାପଥର ଗାଁର ଖଗେଶ୍ୱର ଶଗରିଆ (୨୨) ଓ ଭାଲୁଡୋଙ୍ଗରି ଗାଁର ଲୋକେଶ୍ୱର ତାଣ୍ଡି (୨୨)।
ସୂଚନା ଅନୁଯାୟୀ ଗୁରୁବାର ରାତିରେ ଜେଠୁପାଲି ଓ ଅନ୍ୟ ଗାଁର ଯୁବକମାନେ ଗଞ୍ଜେଇ ବସ୍ତାରେ ଧରି ବାଇକ୍ ଯୋଗେ ଛତିଶଗଡ ଓ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିଲେ। ନୂଆପଡ଼ା ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ଏକ ଟିମ୍ ଗଠନ କରି କୋମନା ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। କର୍ମଚାରୀମାନେ ଅଭିଯୁକ୍ତମାନଙ୍କୁ ଗିରଫ କରି ସେମାନଙ୍କଠାରୁ ୬୩.୫୦୦ କିଲୋଗ୍ରାମ ଗଞ୍ଜେଇ ସହ ୬ ବାଇକ୍ ଜବତ କରିଛନ୍ତି। ଚଢାଉରେ ନୂଆପଡ଼ା ଅବକାରୀ ଇନ୍ସପେକ୍ଟର ହୀରାବତୀ ଥାର୍ଟିଙ୍କ ସମେତ ଇନ୍ସପେକ୍ଟର ସୋମନାଥ ବାଗ, ଖଡିଆଳ ଇନ୍ସପେକ୍ଟର ଅଲେଖ ପୁଟେଲ, ନୂଆପଡା ଅବକାରୀ ଥାନା ଅଧିକାରୀ ସିଦ୍ଧାନ୍ତ ପାତ୍ର ପ୍ରମୁଖ ସାମିଲ ଥିଲେ।
Dharitri – Odisha’s No.1 Odia Daily