Categories: Home Leftଖେଳ

ଜାପାନ ମାଷ୍ଟର୍ସ ଟେନିସରେ ଭାରତକୁ ଝଟକା

କୁମାମୋତୋ(ଜାପାନ),୧୬ା୧୧: ଭାରତର ଏଚ୍‌.ଏସ୍‌. ପ୍ରଣୟ ଜାପାନ ମାଷ୍ଟର୍ସ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ତାଙ୍କ ଦ୍ୱିତୀୟ ରାଉଣ୍ଡ ମ୍ୟାଚ ହାରିଯାଇଛନ୍ତି। ଏଥିସହିତ ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଏସିଆନ ଗେମ୍ସ ବ୍ରୋଞ୍ଜ ବିଜୟୀ ଭାରତୀୟ ଖେଳାଳି ପ୍ରଣୟ ତାଇପେର ଚୋଉ ତିନ୍‌ ଚେନ୍‌୍‌ଙ୍କଠାରୁ ୨୧-୧୯, ୧୬-୨୧, ୧୯-୨୧ରେ ହାରିଯାଇଛନ୍ତି। ଏହି ପୁରୁଷ ସିଙ୍ଗଲ୍ସ ମ୍ୟାଚ୍‌ ୭୩ ମିନିଟ୍‌ ଧରି ଚାଲିଥିଲା।