ପରଜଙ୍ଗ,୨।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋମବାର ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକର୍ମକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡକ୍ଟର ସ୍ମୃତି ରଞ୍ଜନ ବିଶାଳ ଉଦ୍ଘାଟନ କରିଥିଲେ। ୧୪ ବର୍ଷ ବୟସର କିଶୋରୀଙ୍କ ପାଇଁ ଏହି ଟିକାକରଣ ଉଦ୍ଦିଷ୍ଟ ଏବଂ ଆଗମୀ ଦିନରେ ଜରାୟୁ ଗ୍ରୀବା କର୍କଟ ରୋଗକୁ ପ୍ରତିହତ କରିପାରିବ ବୋଲି ଡକ୍ଟର ବିଶାଳ ସମସ୍ତଙ୍କୁ ବୁଝାଇଥିଲେ। ଏହି ଅଭିଯାନ ଆସନ୍ତା ତିନି ମାସ ଧରି ଚାଲିବ।୧୪ ରୁ ୧୫ ବର୍ଷ ବୟସର ସମସ୍ତ ବାଳିକାମାନେ ଏହାର ସୁବିଧା ନେବେ । ଏହି ଅବସରରେ ୬ ଜଣ କିଶୋରୀଙ୍କୁ HPV ଟିକା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଲିଙ୍ଗରାଜ ମହାପାତ୍ର, ପବ୍ଲିକ ହେଲ୍ଥ ଅଫିସର କବିତା ସ୍ବାଇଁ, ବ୍ଲକ ଆକାଉଣ୍ଟ ମ୍ୟାନେଜର ଅଶ୍ୱିନୀ କୁମାର ମିଶ୍ର, ବ୍ଲକ ଡାଟା ମ୍ୟାନେଜର ବିନରଭା ନାୟକ,ଆଶାକର୍ମୀ, ଟିକା କେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ସୁପ୍ରୀୟା ଭୋଇ ସହଯୋଗ କରିଥିଲେ।
Dharitri – Odisha’s No.1 Odia Daily