କେମିତି ହେବ ପାଇପ୍‌ ମରାମତି …

ନୂଆପଡ଼ା,୪୭ (ମକାରୁ ବେମାଲ) ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ବରୋଜଗାର ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡ଼ା ଆନୁକୂଲ୍ୟରେ ଗୁରୁବାର ୩୦ ଦିନିଆ ପାଣି ପାଇପ୍‌ ମରାମତି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଜିଲାର ୫ ବ୍ଲକରୁ ୩୫ ଯୁବକ ପ୍ରଶିକ୍ଷଣ ନେଉଛନ୍ତି। ଆରସେଟି ନିର୍ଦ୍ଦେଶକ ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ନୂଆପଡା ଜିଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ, ଏସ୍‌ବିଆଇ ମୁଖ୍ୟ ଶାଖା ପ୍ରବନ୍ଧକ ଲିଙ୍କନ ଦାସ, ଏଲ୍‌ଡିଏମ୍‌ ନୂଆପଡା ହରି ଶଙ୍କର ନିଆଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ଦ୍ୱାରା ଯୁବକମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲାରେ ପାଇପ୍‌ ମତାମତି ତାଲିମପ୍ରାପ୍ତ ଯୁବକ ନ ଥିବାରୁ ବାହାରୁ ଡାକିବାକୁ ପଡୁଥିଲା। ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଆର୍‌ସେଟି ନିର୍ଦ୍ଦେଶକ ସାହୁ ପ୍ରକାଶ କରିଛନ୍ତି। ପ୍ରବାସୀ ଶ୍ରମିକ ପରିବାରର ଅଧିକରୁ ଅଧିକ ପିଲା ତାଲିମରେ ଯୋଗଦେଇ ରୋଜଗାରକ୍ଷମ ହେବାକୁ ଜିଲାପାଳ ଦାଶ ଆହ୍ବାନ ଦେଇଥିଲେ। ଶେଷରେ ଅନୁଷ୍ଠାନର ପ୍ରଶିକ୍ଷକ ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।