WhatsApp ଷ୍ଟାଟସ୍‌ ଦେଖିଲେ ବି ‘SEEN’ରେ ଆସିବ ନାହିଁ ନାମ; ଏପରି ବଦଳାନ୍ତୁ ସେଟିଂସ…

ନୂଆଦିଲ୍ଲୀ,୨୪।୧୦: ହ୍ବାଟ୍ସଆପ୍‌ ହେଉଛି ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ଇନ୍‌ଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ। ଅନେକ ଲୋକଙ୍କ ସକାଳ ଅନ୍ୟମାନଙ୍କୁ ହ୍ବାଟ୍ସଆପ୍‌ରେ ଗୁଡ୍‌ ମର୍ନିଂ ମେସେଜ କରି ନଚେତ ଅନ୍ୟମାନଙ୍କ ଷ୍ଟାଟସ୍‌ ଦେଖି ହୋଇଥାଏ। କମ୍ପାନୀ ୨୦୧୮ରେ ‘ଷ୍ଟାଟସ୍‌’ ଫିଚର ଆଣିଥିଲା, ଯେଉଁଥିରେ ବ୍ୟବହାରକାରୀ ୨୪ ଘଣ୍ଟା ଯାଏ ଫଟୋ କିମ୍ବା ଭିଡିଓ ଶେୟାର କରିପାରିବେ। ସେଥିରେ ଏକ ‘ସିନ୍‌’ ତାଲିକା ରହିଥାଏ, ଯେଉଁଥିରେ ଆପଣଙ୍କ ଷ୍ଟାଟସ୍‌ କିଏ କିଏ ଦେଖିଛନ୍ତି ତାହା ନଜର ଆସିଥାଏ।
ଅନେକଥର ଆମେ କିଛି ଲୋକଙ୍କ ଷ୍ଟାଟସ୍‌ ଅଣଦେଖା କରିଥାଉ। ସେଥିଲାଭି ସେଗୁଡ଼ିକୁ ମ୍ୟୁଟ୍‌ କରିଦେଇଥାଉ। ହ୍ବାଟ୍ସଆପ୍‌ରେ ଏଭଳି ଉପାୟ ରହିଛି ଯାହାଦ୍ୱାରା ଆପଣ କାହାର ବି ଷ୍ଟାଟସ୍‌ ଦେଖିପାରିବେ। ହେଲେ ସିନ୍‌ ତାଲିକାରେ ଆପଣଙ୍କ ନାମ ଆସିବ ନାହିଁ। ଆସନ୍ତୁ ଜାଣିବା ଏଥିଲାଗି କରିବେ କ’ଣ?
ବଦଳାନ୍ତୁ ସେଟିଂସ:
-ହ୍ବାଟ୍ସଆପ୍‌ ଖୋଲନ୍ତୁ। ଆକାଉଣ୍ଟ ସେକ୍ସନକୁ ଯାଇ Privacyରେ କ୍ଲିନ୍‌ କରନ୍ତୁ। ସେଥିରେ Read Receipts ବିକଳ୍ପ ନଜର ଆସିବ। ଏହାକୁ Disable କରିଦିଅନ୍ତୁ।
-Read Receipts ବନ୍ଦ କରିବା ପରେ ଆପଣଙ୍କ ଚାଟ୍‌ରେ ବ୍ଲୁ ଟିକ୍‌ ନଜର ଆସିବ ନାହିଁ। ଯେତେବେଳେ ଆପଣ କାହାର ଷ୍ଟାଟସ୍‌ ଦେଖିବେ ତେବେ ଆପଣଙ୍କ ନାମ seen ଲିଷ୍ଟରେ ଆଦୌ ଆସିବ ନାହିଁ।