ନୂଆଦିଲ୍ଲୀ,୧୪।୧୧: ଭାରତରେ ବିନା ବୈଧ ଡ୍ରାଇଭିଂ ଲାଇସେନ୍ସରେ ଯାନ ଚଳାଇବା ଆଇନଗତ ଅପରାଧ। ଡ୍ରାଇଭିଂ ଲାଇସେନ୍ସ ହିଁ ଆପଣଙ୍କୁ ରାସ୍ତାରେ ଯେକୌଣସି ଯାନ ଚଳାଇବାର ଅଧିକାର ଦେଇଥାଏ। ତେଣୁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍। ସାଧାରଣତଃ ଡ୍ରାଇଭିଂ ଲାଇସେନ୍ସର ବୈଧତା ଅବଧି ୧୦ ବର୍ଷ ହୋଇଥାଏ। ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ମିଆଦ ପୂରା ହେବାକୁ ଯାଉଛି କିମ୍ବା ପୂରା ହୋଇଯାଇଛି, ତେବେ ବିଳମ୍ବ ନକରି ଏହାକୁ ରିନ୍ୟୁ କରାଇ ପାରନ୍ତି। ଆମେ ଆପଣଙ୍କୁ ସବୁଠାରୁ ସହଜ ପ୍ରକ୍ରିୟା କହୁଛୁ, ଯାହାକୁ ଅନୁସରଣ କରି ଘରେ ବସି ଅନଲାଇନ୍ ଆବେଦନ କରି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରାଇ ପାରିବେ। ଆସନ୍ତୁ ପୂରା ପ୍ରକ୍ରିୟା ଜାଣିବା।
କେଉଁଠାରୁ ଅନଲାଇନ୍ ଆବେଦନ କରିବେ
ଯଦି ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରିବାକୁ ପଡ଼ୁଛି, ତେବେ https://sarathi.parivahan.gov.in/ ଓ୍ୱେବସାଇଟ୍କୁ ଯାଇ ଅନଲାଇନ୍ ରିନ୍ୟୁ କରାଇ ପାରିବେ। ଏଥିପାଇଁ ପୁରୁଣା ଡ୍ରାଇଭିଂ ଲାଇସେନ୍ସ, ପରିଚୟ ଏବଂ ଠିକଣାର ପ୍ରମାଣ (ଯେମିତି ଆଧାର କାର୍ଡ), ପାସପୋର୍ଟ ସାଇଜ୍ ଫଟୋ ଏବଂ ଆବଶ୍ୟକ ଦସ୍ତାବିଜ୍ଗୁଡ଼ିକୁ ସ୍କାନ୍ କରି ଅପଲୋଡ୍ କରିବାକୁ ପଡ଼ିବ, ସହିତ ଫିସ୍ ଦେବାକୁ ପଡ଼ିବ। ଯଦି ଆପଣଙ୍କ ବୟସ ୪୦ ବର୍ଷରୁ ଅଧିକ, ତେବେ ଫର୍ମ (୧ଏ) ପୂରଣ କରି ମେଡିକାଲ୍ ସାର୍ଟିଫିକେଟ୍ ମଧ୍ୟ ଜମା କରିବାକୁ ପଡ଼ିପାରେ। ଏହି ଫର୍ମ ଆପଣ ଏହି ଓ୍ୱେବସାଇଟ୍ରୁ ଡାଉନଲୋଡ୍ କରି ପାରିବେ।ଆବେଦନର ପ୍ରକ୍ରିୟା (ପରିବହନ ଓ୍ୱେବସାଇଟ୍)ଆବେଦନ କରିବାର ପୂରା ପ୍ରକ୍ରିୟା ଏହିପରି:
- ପ୍ରଥମେ, ସଡ଼କ ପରିବହନ ମନ୍ତ୍ରଣାଳୟର ଆଧିକାରିକ ଓ୍ୱେବସାଇଟ୍ https://sarathi.parivahan.gov.in/sarathiservice/stateSelection.do କୁ ଯାଆନ୍ତୁ। ଆପଣଙ୍କ ରାଜ୍ୟ ବାଛନ୍ତୁ।
- ଏଠାରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ସେବାଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା, ଆବଶ୍ୟକ ଦସ୍ତାବିଜ୍, ଡ୍ରାଇଭିଂ ଲାଇସେନ୍ସ ସମ୍ବନ୍ଧୀୟ ଉପଲବ୍ଧ ସେବାଗୁଡ଼ିକର ତାଲିକା ଏବଂ ଫର୍ମ ୧ଏ ଡାଉନଲୋଡ୍ କରିବାର ବିକଳ୍ପ ମିଳିବ। ସବୁଠାରୁ ତଳେ ‘କଣ୍ଟିନ୍ୟୁ’ ଟ୍ୟାବ୍ ଦେଖାଯିବ। ତାହା ଉପରେ କ୍ଲିକ୍ କରନ୍ତୁ।
- ଏହା ପରେ ନୂଆ ପେଜ୍ ଖୋଲିବ ଯେଉଁଠାରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦାଖଲ କରିବାକୁ ପଡ଼ିବ। ସହିତ ଜନ୍ମ ତାରିଖ, କ୍ୟାପଚା ପୂରଣ କରି ଏବଂ ପ୍ରାଇଭେସି ପଲିସିର ସେବା ସର୍ତ୍ତଗୁଡ଼ିକୁ ମାନି ଆଗକୁ ବଢ଼ନ୍ତୁ। ଯଦି ଦସ୍ତାବିଜ୍ ମାଗିଲେ ତାହାକୁ ସ୍କାନ୍ କରି ଅପଲୋଡ୍ କରନ୍ତୁ।
- ଏହା ପରେ ରାଜ୍ୟ ଅନୁଯାୟୀ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡ଼ିବ। ଆପଣ ନିର୍ଦ୍ଧାରିତ ରିନ୍ୟୁଅଲ୍ ଶୁଳ୍କର ଅନଲାଇନ୍ ଭୁଗତାନ ସହଜରେ କରି ପାରିବେ।
- ଶେଷରେ ଆବେଦନ ପତ୍ର ପ୍ରିଣ୍ଟ କରନ୍ତୁ ଏବଂ ଆପଣଙ୍କ ତଥ୍ୟ ଯାଞ୍ଚ କରନ୍ତୁ। ଆପଣଙ୍କର ନୂଆ ଡ୍ରାଇଭିଂ ଲାଇସେନ୍ସ କିଛି ଦିନ ମଧ୍ୟରେ ଡାକ ମାଧ୍ୟମରେ ଆପଣଙ୍କ ଘର ଠିକଣାକୁ ପଠାଇ ଦିଆଯିବ।
Dharitri – Odisha’s No.1 Odia Daily