Truecallerରୁ ନିଜ ନାମ ହଟାଇବାକୁ ଚାହାନ୍ତି କି? ଜାଣନ୍ତୁ ସବୁଠାରୁ ସହଜ ଉପାୟ…

ନୂଆଦିଲ୍ଲୀ,୩୦।୧୦: Truecaller ଆଜି କଲର୍‌ ଆଇଡି ପାଇଁ ବ୍ୟବହାର ହେଉଥିବା ସବୁଠାରୁ ବଡ଼ ଆପ୍‌। ଭାରତରେ ଏହାକୁ ବହୁଳ ବ୍ୟବହାର କରାଯାଏ। ଅତି କମ୍‌ରେ      ୧୦ଜଣଙ୍କ ମଧ୍ୟରୁ ୮ ଲୋକ ଙ୍କ ଫୋନରେ ଟ୍ରୁକଲର ଆପ୍‌ ଅଛି।
କହିବାକୁ ଗଲେ ଅନେକ ଲୋକ ଟ୍ରୁକଲରରେ ନିଜ ନାଁ ଦେଖି ଚିନ୍ତିତ ଥାନ୍ତି। ଏପରିକି ନିଜ ନା ହଟାଇ ଦେବାକୁ ଚାହାନ୍ତି। ଏହି ଖବର ଆପଣଙ୍କ ପାଇଁ। ଏବେ ଆପଣ ଦୁଇ ମିନିଟରେ ନିଜ ନାମ ଏହି ଆପ୍‌ରୁ ହଟାଇପାରିବେ।
କ’ଣ କରିବେ:
-ସର୍ବପ୍ରଥମେ ଟ୍ରୁକଲର୍‌ ଆପ୍‌ ଖୋଲନ୍ତୁ। ନିଜ ଆକାଉଣ୍ଟରୁ ଲଗ୍‌ଇନ୍‌ କରନ୍ତୁ। ଏବେ ପ୍ରାଇଭେସି ନଚେତ ପ୍ରୋଫାଇଲ୍‌ ସେଟିଂକୁ ଯାଆନ୍ତୁ। ନିଜ ନାମ ହଟାନ୍ତୁ ନଚେତ ଡିଲିଟ୍‌ ପ୍ରୋଟେକ୍ଟେଡ୍‌ ଡାଟାରେ କ୍ଲିକ୍‌ କରନ୍ତୁ। ନିଜ ନମ୍ବରକୁ ଡିଲିଟ୍‌ କରିବାର ବିକଳ୍ପକୁ ବାଛନ୍ତି। ଏହାଛଡ଼ା ଆପଣ www.truecaller.com/unlistingକୁ ଯାଇ ନିଜ ନାମ ହଟାଇ ପାରନ୍ତି।
Dharitri – Odisha’s No.1 Odia Daily