ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କାନାରା ବ୍ୟାଙ୍କ ଶାଖା ପକ୍ଷରୁ ଶୁକ୍ରବାର ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଶାଖା ପରିଚାଳକ ଅନିତା ତିଆଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଆଞ୍ଚଳିକ ପରିଚାଳନା ମୂଖ୍ୟ ସେକ୍. ମେହେବୁବ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ସେହିପରି ଏଲ୍ଡିଏମ କାର୍ଯ୍ୟାଳୟ କର୍ମଚାରୀ ଦିଲ୍ଲୀପ ଦଳାଇ ଏବଂ ଦିଗପହଣ୍ଡି ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲିକ ଅତିଥି ଭାବେ ଯୋଗ ଦେଇଥିଲେ। ଶିବିରରେ ଆର୍ଥିକ ଯୋଜନା ପାଇଁ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲିବା, ଋ଼ଣ ଓ ବୀମା ସଚେତନତା, ଡିଜିଟାଲ ବ୍ୟାଙ୍କିଂ, ଅନଲାଇନ ଠକେଇରୁ ରକ୍ଷା, ସଞ୍ଚୟ ଓ ନିବେଶ ଭଳି ଗ୍ରାହକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ଓ ବ୍ୟାଙ୍କର ଜମାଖାତାଧାରୀମାନଙ୍କୁ ସଚେତନତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ମହିଳା ଉପସ୍ଥିତ ଥିଲେ।