୨୦୦୦ ଟଙ୍କିଆ ମାସିକ SIP କରି ହୁଅନ୍ତୁ ମାଲାମାଲ, ବର୍ଷକୁ ୧୨ ଲକ୍ଷ ରୋଜଗାର; ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୯: ଧନୀ ହେବା ପାଇଁ ବହୁତ ପୁଞ୍ଜି ନିବେଶ କରିବା ଆବଶ୍ୟକ ନୁହେଁ। ଆପଣ ଅଳ୍ପ ସଞ୍ଚୟରୁ ମଧ୍ୟ ବଡ଼ ପାଣ୍ଠି ତିଆରି କରିପାରିବେ। ଏହା ସହିତ ଏହି ସଞ୍ଚୟରୁ ଆପଣ ପ୍ରତି ମାସରେ ୧ ଲକ୍ଷ ଟଙ୍କା ଏବଂ ବାର୍ଷିକ ୧୨ ଲକ୍ଷ ଟଙ୍କାର ଆୟ ମଧ୍ୟ କରିପାରିବେ। ଆସନ୍ତୁ ଜାଣିବା କେମିତି?

**SIP କ’ଣ ଓ ଏହା କିପରି କାମ କରେ?
SIP ବା Systematic Investment Plan ହେଉଛି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାର ଏକ ଉପାୟ। ଏଥିରେ ଆପଣ ଏକ ନିର୍ଦ୍ଧିଷ୍ଟ ଦିନରେ ନିୟମିତ ଭାବେ ଏକ ନିର୍ଦ୍ଧିଷ୍ଟ ରାଶି ନିବେଶ କରନ୍ତି। ଉଦାହରଣ ସ୍ବରୂପ, ଯଦି ଆପଣ ୨୦୦୦ ଟଙ୍କାର SIP ଆରମ୍ଭ କରନ୍ତି, ତେବେ ଏହି ଟଙ୍କାରେ ମ୍ୟୁଚୁଆଲ ଫଣ୍ଡ ୟୁନିିଟ୍‌ କିଣାଯାଏ। ସମୟ ସହିତ ଆପଣଙ୍କୁ କମ୍ପାଉଣ୍ଡିଂ ଏବଂ ଦୀର୍ଘ ମିଆଦୀ ରିଟର୍ନର ଲାଭ ମିଳିଥାଏ।

ଯଦି ଆପଣ ପ୍ରତି ମାସରେ ମାତ୍ର ୨୦୦୦ ଟଙ୍କାର SIP ଆରମ୍ଭ କରନ୍ତି, ତେବେ ଆଗାମୀ ସମୟରେ ଆପଣ ମଧ୍ୟ ଧନୀ ହୋଇପାରିବେ। ଅଳ୍ପ ନିବେଶରୁ ବଡ଼ ପାଣ୍ଠି ତିଆରି କରିବାର ଶକ୍ତି SIPରେ ରହିଛି।

୨୦୦୦ ଟଙ୍କାର ମାସିକ SIPର ହିସାବ:
ମନେକରନ୍ତୁ ଆପଣ ୨୦୦୦ ଟଙ୍କାର SIP ଆରମ୍ଭ କରିଛନ୍ତି ଏବଂ ପ୍ରତି ବର୍ଷ ଏହାକୁ ୨୦% ବୃଦ୍ଧି କରି STP (Systematic Transfer Plan)ରେ ପରିଣତ କରିଛନ୍ତି। ଦୀର୍ଘ ସମୟରେ ଆପଣ ଏକ ଭଲ ରାଶି ନିବେଶ କରିପାରିବେ। ଏଥିପାଇଁ ଆପଣଙ୍କୁ ମିଡ କ୍ୟାପ ୧୫୦ ଇଣ୍ଡେକ୍ସରେ ନିବେଶ କରିବାକୁ ହେବ, ଯାହା ଗତ ୭ ବର୍ଷରେ ୨୦% ରିଟର୍ନ ଦେଇଛି। ଯଦି ଆମେ ମାନିନେଉ ଯେ ଆଗାମୀ ଦିନରେ ଆପଣଙ୍କୁ ୧୭% ରିଟର୍ନ ମିଳିବ, ତେବେ ଆପଣ ଏକ ବଡ଼ ପାଣ୍ଠି ତିଆରି କରିପାରିବେ।

୧୨ ଲକ୍ଷ ଟଙ୍କାର ବାର୍ଷିକ ଆୟ କେମିତି ହେବ?
ଏବେ ପ୍ରଶ୍ନ ଉଠୁଛି, ଏହି ପାଣ୍ଠିରୁ ୧୨ ଲକ୍ଷ ଟଙ୍କାର ଆୟ କିପରି ମିଳିବ? ଯଦି ଆପଣ ୨୦ ବର୍ଷ ପାଇଁ ୨୦୦୦ ଟଙ୍କାର SIPକୁ ପ୍ରତି ବର୍ଷ ୨୦% STP କରି ଆଗେଇ ଚାଲନ୍ତି, ତେବେ ଆପଣଙ୍କ ପାଖରେ ୮୫ ଲକ୍ଷ ଟଙ୍କାର କର୍ପସ ଜମା ହେବ। ଏହାକୁ ଆପଣ SWP (Systematic Withdrawal Plan)ରେ ରଖିପାରିବେ। SWPରେ ଆପଣ ପ୍ରତି ମାସ କିମ୍ବା ବର୍ଷରେ ଏକ ର୍ନିଦ୍ଦିଷ୍ଟ ରାଶି ଉଠାଇ ପାରିବେ, ଯେତେବେଳେ ବାକି ଟଙ୍କା ଫଣ୍ଡରେ କମ୍ପାଉଣ୍ଡିଂ ହେବାରେ ଲାଗି ରହିବ। ଯଦି ୧ କୋଟି ଟଙ୍କାର ଫଣ୍ଡରେ ଆପଣ ୧୨% ବାର୍ଷିକ ରିଟର୍ନ ପାଆନ୍ତି, ତେବେ ଆପଣ ସହଜରେ ୧୨ ଲକ୍ଷ ଟଙ୍କା ବାର୍ଷିକ (ଅର୍ଥାତ ମାସିକ ୧ ଲକ୍ଷ ଟଙ୍କା) ଉଠାଇ ପାରିବେ। ଏହିପରି ଆପଣଙ୍କ ବାର୍ଷିକ ଆୟ ୧୨ ଲକ୍ଷ ହେବ ଏବଂ ମୂଳ ପୁଞ୍ଜି ମଧ୍ୟ ଦୀର୍ଘ ସମୟ ପାଇଁ ସୁରକ୍ଷିତ ରହିବ। ୩୦-୩୫ ବର୍ଷରେ ଆପଣଙ୍କ ପାଖରେ ୭-୧୦ କୋଟି ଟଙ୍କାର ଫଣ୍ଡ ତିଆରି ହୋଇପାରିବ।

ତେଣୁ, ଆଜି ହିଁ ଅଳ୍ପ ସଞ୍ଚୟରୁ ଆରମ୍ଭ କରନ୍ତୁ ଏବଂ SIP ମାଧ୍ୟମରେ ଆପଣଙ୍କ ଆର୍ଥିକ ସୱପ୍ନକୁ ସାକାର କରନ୍ତୁ!