ପୁରୁଷୋତ୍ତମପୁର,୪।୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ସାଇବର ଅପରାଧଜନିତ ସଚ୍ଚେତନତା କାର୍ଯ୍ୟକ୍ରମ ଆଇଆଇସି ରାଜେଶକୁମାର ନାୟକଙ୍କ ସଂଯୋଜନାରେ ମଙ୍ଗଳବାର ତାରାତାରିଣୀ କଲେଜପରିଷରରେ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ସଚେତନତା ରଥକୁ ଛାତ୍ରୀଛାତ୍ରମାନେ ସମ୍ବର୍ଦ୍ଧନା ଦେଇ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ଆଣିଥିଲେ।
ଏଥିରେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ପୌରହିତ୍ୟ କରି ସମାଜରେ ଘଟୁଥିବା ସାଇବର ଅପରାଧଯୋଗୁ କିପରି ନୀରିହ ଲୋକେ ଠକେଇର ଶିକାର ହୋଇ ସର୍ବସ୍ବାନ୍ତ ହୋଇପଡୁଛନ୍ତି ଏପରିକି ଏହି ଅପରାଧ ଯୋଗୁ ଆତ୍ମହତ୍ୟାା ଭଳିଘଟଣା ମାନ୍ଯ୍ଯଯଯ ସମାଜରେ ଘଟିଚାଲିଛି। ଏଣୁ ଏଥିରୁ ବର୍ତ୍ତିବା ସହ ନିଜ ଧନଜୀବନକୁ ସୁରକ୍ଷିତ ରଖିବା ଲାଗି ବିଭିନ୍ନ ପ୍ରକାରର ପରାମର୍ଶଦେଇ ସଚେତନତା କରିଥିବାବେଳେ ଥାନା ଆଇଆଇସି ରାଜେଶ କୁମାର ନାୟକ, ଷ୍ଟେଟ୍ ବ୍ୟାଙ୍କର ସହକାରୀ ଶାଖା ପରିଚାଳକ ତାପଶ କୁମାର ବାଗ, ଅବିନାସ ମାରାଣ୍ଡି, ବରିଷ୍ଠ ଓକିଲ ସ୍ବରାଜ୍ୟ ପାଣିଗ୍ରାହୀ, ଅଧ୍ୟାପିକା ନମ୍ରତା ମିଶ୍ର, ନାଇଡୁ ମୋହନ, ମିନାକ୍ଷି ଦାଶ,ଜଶବନ୍ତ ପାନ, ପ୍ରଶାଦ ବେହେରା, ଅନିଲ କୁମାର ସାହୁ, ସ୍ବାଗତିକା ଦାଶ ଯୋଗଦେଇ ସଚ୍ଚେତନତା କରି ବିଭିନ୍ନ ପରାମର୍ଶମାନ ଦେଇଥିଲେ। ଏହି ଅବସରରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ କୁଇଜ ଓ ବକୃତା ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୁତ କରାଯାଇଥିଲା। ଏହାକୁ ଥାନା ଏସଆଇ ସୁଶାନ୍ତ କୁମାର ମିଶ୍ର ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ।