କେତେ ସମ୍ପତ୍ତିର ମାଲିକ ନୀତିଶ କୁମାର? ଜାଣିଲେ ହୋଇଯିବେ ତାଜୁବ…

ନୂଆଦିଲ୍ଲୀ,୧୮।୧୧: ବିହାରରେ ପୁଣି ସରକାର ଗଠନ କରିବାକୁ ଯାଉଛି ଏନ୍‌ଡିଏ । ପ୍ରଚଣ୍ଡ ବହୁମତ ପାଇବା ପରେ ଗୁରୁବାର ଅର୍ଥାତ ନଭେମ୍ବର ୨୦ ତାରିଖରେ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବାକୁ ଯାଉଛନ୍ତି ନୀତିଶ କୁମାର । ବିଜେପି ନେତୃତ୍ବାଧୀନ NDA ସରକାରରେ ସିଏମ୍ ପଦର ଶପଥ ନେବାକୁ ଯାଉଛନ୍ତି ନୀତିଶ । ତାଙ୍କ ସହିତ ନୂଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିକଟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କଠୁ ଅଧିକ ସମ୍ପତ୍ତି ରହିଛି । ମିଳିଥିବା ରିପୋର୍ଟ ମୁତାବକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଖରେ ମୋଟ୍ ୧ କୋଟି ୬୪ ଲକ୍ଷ ୮୨ ହଜାର ୭୧୯ ଟଙ୍କାର ସମ୍ପତ୍ତି ରହିଛି ନୀତିଶ କୁମାରଙ୍କ ଉପରେ କୌଣସି ଋଣ ନଥିବ ଜଣାପଡିଛି । ସିଏମ୍ ନୀତିଶଙ୍କ ପାଖରେ ନଗଦ ଆକାରରେ ମାତ୍ର ୨୧ ହଜାର ଟଙ୍କା ରହିଥିବା ବେଳେ ବ୍ୟାଙ୍କରେ ୬୦ ହଜାର ଟଙ୍କା ଜମା ରହିଛି । ଦେଶର ରାଜଧାନୀ ଦିଲ୍ଲୀ ଛଡା ନୀତିଶଙ୍କ ନିକଟରେ ଅନ୍ୟ କୌଣସି ମୂଲ୍ୟବାନ ସ୍ଥାବର ଅସ୍ଥାବର ସମ୍ପତ୍ତି ନଥିବା ଜଣାପଡିଛି ।

ନୂଆ ଦିଲ୍ଲୀ ସ୍ଥିତ ଦ୍ୱାରକା ଅଞ୍ଚଳରେ ଥିବା ତାଙ୍କ ପ୍ଲଟର ବର୍ତ୍ତମାନ ମୂଲ୍ୟ ୧ କୋଟି ୪୮ ଲକ୍ଷ ବୋଲି ଜଣାପଡିଛି । ଏହାଛଡା ୨୦୧୫ ମସିହାରେ କିଣାଯାଇଥିବା ଏକ ଇକୋ ସ୍ପୋର୍ଚ ଗାଡିକୁ ନୀତିଶ ନିଜ ପାଖେ ରଖିଥିବା ଜଣାପଡିଛି । ଏସବୁ ସମ୍ପତି ଛଡା ନୂତିଶଙ୍କ ନିକଟରେ ୧୨ଟି ଗାଈ ଓ ୯ଟି ବାଛୁରି ଥିବା ଜଣାପଡିଛି । ଏହାଛଡା ନୀତିଶଙ୍କ ନିକଟରେ ଏକ କମ୍ପ୍ୟୁଟର ଓ ଏକ ପୁରୁଣା ସାଇକେଲ ମଧ୍ୟ ରହିଛି । ଅଳଙ୍କାର ଭାବେ ମୋଟ୍ ୧ ଲକ୍ଷ ୩୧ ହଜାର ଟଙ୍କା ମୂଲ୍ୟର ସୁନା ଗହଣା ରହିଥିବା ଜଣାପଡିଛି ।