କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଥକ୍କାପଣ ଏବଂ ଛାତି ସଂକ୍ରମଣ ଯୋଗୁ ତାଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଦେହାନ୍ତ ପରେ ସେ କେତେ କୋଟି ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ତାହାକୁ ନେଇ ଚର୍ଚ୍ଚା ହେଉଛି। ତେବେ ଜାଣନ୍ତୁ ଆଶା କେତେ କୋଟି ଟଙ୍କାର ମାଲିକାଣୀ ଥିଲେ।

ଆଶା ୧୦ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ। ତାଙ୍କୁ ପଦ୍ମବିଭୂଷଣ ଏବଂ ଦାଦା ସାହେବ ଫାଲକେ ପୁରସ୍କାର ସମେତ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ସଙ୍ଗୀତ ଇତିହାସରେ ସର୍ବାଧିକ ଗୀତ ରେକର୍ଡ କରିଥିବା କଳାକାର ଭାବରେ ସେ ଗିନିଜ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି।

ତାଙ୍କର ସମ୍ପତ୍ତି?
ରିପୋର୍ଟ ଅନୁସାରେ, ଆଶାଙ୍କର ଆନୁମାନିକ ସମ୍ପତ୍ତି ୧୫୦ କୋଟିରୁ ୨୦୦ କୋଟି ଟଙ୍କା ମଧ୍ୟରେ ହେବ। ତାଙ୍କର ଆୟର ପ୍ରାଥମିକ ଉତ୍ସ ହେଉଛି ତାଙ୍କର ବହୁମୂଲ୍ୟ ଗୀତ କ୍ୟାରିଅର୍‌, ରୟାଲ୍ଟି ଏବଂ ଦଶନ୍ଧିର ହିଟ୍‌ ଆଲବମ।

ଆଶା କେବଳ ତାଙ୍କ ଗୀତ ଗାଇ ମନ୍ତ୍ରମୁଗ୍ଧ କରନ୍ତି ନାହିଁ ବରଂ ବ୍ୟବସାୟ ଜଗତରେ ମଧ୍ୟ ସେ ବେଶ୍‌ ସଫଳତା ହାସଲ କରିଥିଲେ। ସେ ବିଶ୍ୱବ୍ୟାପୀ ଆଶା’ଶ ନାମକ ଏକ ଅନ୍ତର୍ଜାତୀୟ ଡାଇନିଂ ବ୍ରାଣ୍ଡ ଲଞ୍ଚ କରିଥିଲେ। ଏହା ୨୦୦୨ରେ ଦୁବାଇରେ ଆରମ୍ଭ ହୋଇଥିଲା। ଆଜି ଏହାର ରେଷ୍ଟୁରାଣ୍ଟଗୁଡ଼ିକ ଦୁବାଇ, କୁଏତ, ବାହାରିନ, ଆବୁଧାବି ଏବଂ ୟୁକେର ବର୍ମିଂହାମ ଏବଂ ମାଞ୍ଚେଷ୍ଟର ଭଳି ସହରରେ ରହିଛି। ମଧ୍ୟପ୍ରାଚ୍ୟ ଏବଂ ୟୁକେରେ ପ୍ରାୟ ୧୪ଟି ଆଉଟଲେଟ୍‌ କାର୍ଯ୍ୟ କରୁଛି।

Dharitri – Odisha’s No.1 Odia Daily