ନୂଆଦିଲ୍ଲୀ,୧।୪: ସମସ୍ତେ ସୁନାକୁ ଭଲ ପାଆନ୍ତି ଏବଂ ଏହାକୁ ସବୁବେଳେ ସବୁଠାରୁ ବିଶ୍ୱସ୍ତ ସମ୍ପତ୍ତି ଭାବରେ ବିବେଚନା କରାଯାଇଛି। ଯେକୌଣସି ଦେଶର ଆର୍ଥିକ ଅବସ୍ଥା ଏହାର ସୁନା ଭଣ୍ଡାର ଉପରେ ମଧ୍ୟ ର୍ନିଭର କରେ। ଅନେକ କାରଣରୁ କାଗଜ ମୁଦ୍ରାର ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ପାଇପାରେ। କିନ୍ତୁ ଆପଣ ଜାଣନ୍ତି କି ଭାରତରେ କେତେ ସୁନା ଭଣ୍ଡାର ଅଛି? ସୁନା ପ୍ରତି ଭାରତର ଆଗ୍ରହ କେବଳ ସାଂସ୍କୃତିକ ନୁହେଁ; ଏହା ପରମ୍ପରାରେ ଲୁଚି ରହିଥିବା ଏକ ଆର୍ଥିକ ଶକ୍ତି ମଧ୍ୟ। ବଂଶାନୁକ୍ରମିକ ଅଳଙ୍କାରଠାରୁ ଆରମ୍ଭ କରି ଜରୁରୀକାଳୀନ ସଞ୍ଚୟ ପର୍ଯ୍ୟନ୍ତ, ଭାରତର ପରିବାରଗୁଡିକରେ ପ୍ରାୟ 25,000 ଟନ ସୁନା ଗଚ୍ଛିତ ରଖିଛନ୍ତି, ଯାହା ଭାରତୀୟ ପରିବାରଗୁଡ଼ିକୁ ବିଶ୍ୱର ସର୍ବବୃହତ ସୁନାର ବ୍ୟକ୍ତିଗତ ମାଲିକ କରିଥାଏ।
ଏହି ସମ୍ପତ୍ତି କେବଳ ସାଜସଜ୍ଜା ନୁହେଁ, ଏହା ଏକ ରଣନୈତିକ ଢାଲ ଯାହା ଆର୍ଥିକ ସୁରକ୍ଷା ଏବଂ ସଶକ୍ତିକରଣର ଭାବନା ମଧ୍ୟ ପ୍ରଦାନ କରେ, ବିଶେଷକରି ମହିଳାମାନଙ୍କ ପାଇଁ, ଏବଂ ସୁନାର ମୂଲ୍ୟ ବୃଦ୍ଧି ପାଇବା ସହିତ, ଏହି ଉତ୍ତରାଧିକାରୀ ସମ୍ପତ୍ତି ଦ୍ରୁତ ଗତିରେ ଏକ ପ୍ରକୃତ ସମ୍ପତ୍ତିରେ ପରିଣତ ହେଉଛି। ପ୍ରାଚୀନ କାଳରୁ ସୁନାକୁ ଟଙ୍କା ଭାବରେ ବ୍ୟବହାର କରାଯାଇ ଆସୁଛି। ତେଣୁ, ମୁଦ୍ରାସ୍ଫୀତିକୁ ଏଡାଇବା ଏବଂ ଆର୍ଥିକ ସଙ୍କଟ ସମୟରେ ଏହାକୁ ଏକ ସୁରକ୍ଷିତ ନିବେଶ ଭାବରେ ବିବେଚନା କରାଯାଏ। ଏହା କେବଳ ଏକ ମୂଲ୍ୟବାନ ଧାତୁ ନୁହେଁ। ଏହା ବିଶ୍ୱର ଆର୍ଥିକ ବ୍ୟବସ୍ଥାର ଏକ ଅତ୍ୟାବଶ୍ୟକୀୟ ଅଂଶ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତୀୟ ପରିବାରଗୁଡ଼ିକ କେବଳ ଗୋଟିଏ ବର୍ଷ ମଧ୍ୟରେ ସୁନା ମାଧ୍ୟମରେ ୭୫୦ ବିଲିୟନ ଡଲାରର ସମ୍ପତ୍ତି ବୃଦ୍ଧି ପାଇଛନ୍ତି। ସେପ୍ଟେମ୍ବର 2024ରେ ସୁନାର ରେକର୍ଡ ମୂଲ୍ୟ 75,549 ଟଙ୍କା ପ୍ରତି 10 ଗ୍ରାମ ଥିଲା, ଏହି ପରିମାଣ ପ୍ରାୟ 188.9 ଲକ୍ଷ କୋଟି ଟଙ୍କା ସହିତ ସମାନ ହେବ, ଯାହାର ମୂଲ୍ୟ ପ୍ରାୟ 220 ଲକ୍ଷ କୋଟି ଟଙ୍କା ହେବ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ୨୦୨୫ ଆର୍ଥିକ ବର୍ଷରେ ସୁନାର ମୂଲ୍ୟ ୩୫ ପ୍ରତିଶତ ବୃଦ୍ଧି ପାଇଛି, ୨୦୨୪ ଏପ୍ରିଲରେ ୬୮,୪୨୦ ଟଙ୍କା ଥିଲା ଯାହା ମାର୍ଚ୍ଚ ୨୦୨୫ ସୁଦ୍ଧା ପ୍ରତି ୧୦ ଗ୍ରାମକୁ ୯୨,୧୫୦ ଟଙ୍କାରେ ପହଞ୍ଚିଛି। ମାତ୍ର ନଅ ମାସରେ ସମ୍ପତ୍ତିରେ ୪୦୦ ବିଲିୟନ ଡଲାର ବୃଦ୍ଧି ଘଟିଛି।