ଡାକ୍ତରଖାନା କର୍ମଚାରୀଙ୍କୁ ଆକ୍ରମଣ, ମହେନ୍ଦ୍ରଙ୍କୁ ଅଟକ ରଖିଛି ରିଷିଡ଼ା ପୋଲିସ

ରିଷିଡା ୧୩।୬(ସୁଶାନ୍ତ ମଲ୍ଲିକ):  କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାକୁ ନଳକୂଅ ଖୋଳିବା ପାଇଁ ଆସିଥିବା ଟିମ୍‌ର ଜଣେ ସଦସ୍ୟ ଡାକ୍ତରଖାନାର କର୍ମଚାରୀ ସମୀର କୁମାର ମିଶ୍ରଙ୍କୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗ ହୋଇଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି। ଅଭିଯୁକ୍ତ ଜଣଙ୍କ ନଳକୂଅ ମେଶିନ ଅପରେଟର ମହେନ୍ଦ୍ର ବାଗ। ତାଙ୍କ ଘର ମାଲକାନାଗିରୀ ଜିଲା ମାଥିଲି ଥାନା ଅନ୍ତର୍ଗତ ସିରାଗୁଡାରେ ବୋଲି ଜଣାପଡିଛି। ସମୀରଙ୍କ ଏତଲା କ୍ରମେ ରିଷିଡା ଫାଣ୍ଡିଧିକାରୀ ମନୁଆ ବିଡିକା ତାଙ୍କୁ ଆଣି ଥାନାରେ ଅଟକ ରଖିଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Share