ହସ୍ପିଟାଲ୍‌ରେ ଭୟାବହ ଅଗିକାଣ୍ଡ, ସବୁକିଛି ଜଳିପୋଡ଼ି ଛାରଖାର

ଝାରସୁଗୁଡ଼ା,୨୯।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବେହେରମାଲସ୍ଥିତ ତ୍ରିଲୋଚନ ନେତ୍ରାଳୟରେ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରୋଗୀଙ୍କ କୌଣସି କ୍ଷୟକ୍ଷତି ହୋଇ ନ ଥିବାବେଳେ ଲ୍ୟାବର ବହୁ ଯନ୍ତ୍ରପାତି ପୋଡ଼ି ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ସୂଚନା ମିଳିଛି। ଆଜି ସକାଳୁ ଝାରସୁଗୁଡ଼ା ବେହେରମାଲ ସ୍ଥିତ ତ୍ରିଲୋଚନ ନେତ୍ରାଳୟରେ ସଟ ସର୍କିଟ ଯୋଗୁ ଲ୍ୟାବରେ ଅଗ୍ନିକାଣ୍ଡ ଘଟିଥିଲା। ପାଖରେ ଥିବା କାଗଜପତ୍ର ସହିତ ଚେୟାର, ଟେବୁଲ, ବିଭିନ୍ନ ଯନ୍ତ୍ରପାତି ଏବଂ କେବୁଲରେ ନିଆଁ ଲାଗିଯାଇଥିଲା। ଏନେଇ ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମେଡ଼ିକାଲରେ ଥିବା କୌଣସି ରୋଗୀ କିମ୍ବା ଲୋକଙ୍କ ଜୀବନହାନୀ ହୋଇନାହିଁ। ବିଭିନ୍ନ ସାମଗ୍ରୀ ପୋଡ଼ି ଯାଇଥିବା ଝାରସୁଗୁଡ଼ା ଅଗ୍ନିଶମ ଅଧିକାରୀ ଅରୁଣ ଟପୋ କହିଛନ୍ତି। ଅଗ୍ନିକାଣ୍ଡ ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଜଣା ପଡ଼ିଥିବାବେଳେ ତ୍ରିଲୋଚନ ନେତ୍ରାଳୟ ମାଲିକକୁ ନୋଟିସ ଜାରି କରାଯିବା ବୋଲି ଅଧିକାରୀ କହିଥିଲେ।

 

Dharitri – Odisha’s No.1 Odia Daily