ଭଦ୍ରକ,୨୦।୧୧(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗେଲଟୁଆ ନିକଟରେ ଓଲଟି ପଡିଲା ବେଆଇନ ଗୋରୁ ବୋଝେଇ ପିକଅପ ଭ୍ୟାନ । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଥିବା ବେଳେ ଗାଡ଼ିରେ ନିଆଁ ଲାଗି ଜଳି ଯାଇଛି। ବୁଧବାର ବିଳମ୍ବିତ ରାତିରେ ଆଗରପଡାରୁ ଏକ ପିକଅପ ଭ୍ୟାନ ବେଆଇନ ଭାବରେ ଭିତରେ ଚେମ୍ବର କରି ୧୭ଟି ଗୋରୁଙ୍କୁ ନେଇ ଭଦ୍ରକ ଅଭିମୁଖେ ଆସୁଥିଲା। କୌଣସି ସୂତ୍ରରୁ ଖବର ପାଇ ଗୋରକ୍ଷକ ମାନେ ଗାଡିକୁ ପିଛା କରିଥିଲେ। ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଳାଉ ଥିବା ବେଳେ ଭାରସାମ୍ୟ ହରାଇବାରୁ ଗାଡିଟି ଗେଲଟୁଆ ନିକଟରେ ଓଲଟି ପଡିଥଥିଲା। ଏଥିରେ ଥିବା ୧୭ଟି ଗୋରୁଙ୍କ ମଧ୍ୟରୁ ୧୨ଟି ଗୋରୁ ମରିଯାଇଥିଲେ। ଗୋରୁ ଗାଡିକୁ ନିଆଁ ଲଗାଯାଇଥିବା ଵେଳେ ଗାଡିଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଦୁଇଟି ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ କରୁଛି। ଗୋରୁ ମରିଯିବା ଯୋଗୁଁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।