ଆଜି ଶୁକ୍ରଙ୍କ ସୁପ୍ରଭାବରେ ଆବଶ୍ୟକତା ପୂରଣ ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ନିଜ ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟମାନେ ଦୂରେଇ ଯାଇପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି।
ନୀଚସ୍ଥ ତୃତୀୟାଧିପ ଭାଇ, ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ବିବାଦୀୟ ସ୍ଥିତି ଉପତ୍ନ୍ନ କରିପାରନ୍ତି। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ଯାନ୍ତ୍ରିକ ଜିନିଷ, ଯାନବାହନ, ବସ୍ତ୍ରାଳଙ୍କାର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅତୀତ ଘଟଣାର ଆଲୋଚନା ଓ ସନ୍ତାନ ହେତୁକ ଦୁଶ୍ଚିନ୍ତା ଆସିପାରେ।
ମଙ୍ଗଳଙ୍କ ପ୍ରଭାବ ଦ୍ୱାରା ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରି ଆଶ୍ୱସ୍ତି ଲଭିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କର ଗୁପ୍ଚୁପ୍ କଥା ଶୁଣି ମନରେ ଆଶଙ୍କା ଉଦ୍ରେକ ହେବ। ବୃତ୍ତିଗତ ଧନ୍ଦା, ହୋଟେଲ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ। ଧନାଧିପ ଷଷ୍ଠଭାବସ୍ଥ ଯୋଗୁ ଅର୍ଥସମ୍ପର୍କୀୟ ବିବାଦର ସମ୍ମୁଖୀନ ହୋଇପାରନ୍ତି।
ଶୁକ୍ର ଚତୁର୍ଥଭାବକୁ ଅବଲୋକନ କରୁଥିବାରୁ ନୂତନ ଗୃହ, ଯାନବାହନ, ସୌଖୀନ ଜିନିଷ କ୍ରୟ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନିଜଲୋକ କେହି ସାହାଯ୍ୟ କରିବାକୁ ଆଗେଇ ଆସିବେ। ନୂତନ କମ୍ପାନୀରେ ମୋଟା ଦରମାର ଚାକିରି ଅଫର କିମ୍ବା ପଦୋନ୍ନତି ଘଟିପାରେ। ଜମିଜମା, କାରଖାନା, ପ୍ଲଟିଂ ବ୍ୟବସାୟରୁ ସୁଫଳ ପାଇବେ।
କର୍ମାଧିପ ଭାଗ୍ୟସ୍ଥ ହେତୁ ଅଭିଳଷିତ ଜିନିଷକୁ ହାସଲ କରାଇବାରେ ପଦସ୍ଥବ୍ୟକ୍ତିଙ୍କ ସହାୟତା ପ୍ରାପ୍ତ ହେବେ। ଫାଇଦା ପାଇଁ ସମ୍ପର୍କୀୟମାନେ ଫନ୍ଦିଫିକର କରିବାକୁ ମନ ବଳାଇବେ। ଅନୁସନ୍ଧାନ, ଅଧ୍ୟୟନ, ଅଧ୍ୟାପନା ଓ ସାହିତ୍ୟ କ୍ଷେତ୍ରରେ ଉନ୍ନତି କରିବେ। ଅଫିସ୍ରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
ଆଜି ଘର କାମ ସାଙ୍ଗକୁ ଅଫିସ୍ କାମର ଜଞ୍ଜାଳ ବଳିଯିବ। ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ। ଅବଶ୍ୟ ବନ୍ଧୁଙ୍କ ସହାୟତାରେ ଈପ୍ସିତ ଅର୍ଥ ପାଇବେ ଓ କାର୍ଯ୍ୟସାଧନ କରିପାରିବେ। ରାଶ୍ୟାଧିପ ଗୁରୁଯୁକ୍ତ ହୋଇ ଭାଗ୍ୟସ୍ଥାନସ୍ଥ ଯୋଗୁ ହସ୍ତା ନକ୍ଷତ୍ର ପାଇଁ ବିଶେଷ ଶୁଭପ୍ରଦ ରହିବ।
ମିତ୍ରଙ୍କ ସହାୟତା ଲାଭକରି ବାଣିଜ୍ୟ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପ୍ରଦାନ କରିପାରନ୍ତି। ଗ୍ରହଙ୍କ ସୁପ୍ରଭାବରେ ଯେ କୌଣସି ପ୍ରତିରୋଧକୁ ଆଡ଼େଇ ଯାଇ କାମ ହାସଲରେ ସମର୍ଥ ହେବେ। ଚତୁର୍ଥାଧିପଙ୍କ ଦୁର୍ବଳତା କାରଣରୁ ପାରିବାରିକ ସ୍ଥିତି ଭଲ ରହି ନ ପାରେ। ତଥାପି ବାଟରେ ମିତ୍ରତାର ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
ରାଶ୍ୟାଧିପଙ୍କ ଦୁର୍ବଳତା ସଙ୍ଗକୁ ନୀଚସ୍ଥ ଭାଗ୍ୟାଧିପ କାର୍ଯ୍ୟହାସଲରେ ସମସ୍ୟା ସୃଷ୍ଟି କରିପାରନ୍ତି। କୌଣସି କାମରେ ମନର ସ୍ଥିରତା ନ ରହିବା ହେତୁ କାମ ଅସମ୍ପୂର୍ଣ୍ଣ ରହିଯିବ। କେତେକ କାମକୁ ଅବହେଳା କରି ସମାଲୋଚିତ ହେବେ। ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ ବରଂ କିଛି ଲୋଭନୀୟ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଲାଭ କରିବେ।
ବୃହସ୍ପତି ପ୍ରଭାବରୁ ପ୍ରତ୍ୟେକ ପାରିବାରିକ କାର୍ଯ୍ୟ ଶୃଙ୍ଖଳିତ ରହିବ। କୌଣସି ଅଭାବ ନ ଥିଲେ ମଧ୍ୟ ଆଜି ବନ୍ଧୁଙ୍କ ସଦ୍ଭାବ କିମ୍ବା ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ଶୁଭଖବର ପାଇ ଉଲ୍ଲସିତ ହେବେ ଏବଂ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। ଶୁକ୍ରଙ୍କ ସ୍ଥିତିଜନିତ ବ୍ୟବହାରରେ ବ୍ୟତିକ୍ରମ ସମ୍ପର୍କହାନି କରାଇପାରନ୍ତି।
କେନ୍ଦ୍ରସ୍ଥ ଶୁକ୍ର ପାରିବାରିକ ଓ କର୍ମକ୍ଷେତ୍ରକୁ ସରସ କରିବାରେ ସହାୟକ ହେବ। କର୍ମଭାବରୁ ଅଷ୍ଟମସ୍ଥ ଓ ରବି ସଙ୍ଗତ୍ୱ କାରଣରୁ କର୍ମହାନି ଓ ସମସ୍ୟା ବିଜଡ଼ିତ ରହିବେ। ଆଜିର ପ୍ରତ୍ୟୁଷ ଯାତ୍ରା ଆନନ୍ଦଦାୟକ ରହିବ ଓ ନୂତନ ମିତ୍ରତା ସୃଷ୍ଟି ହେବ। ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିପାରିବେ।
ରାହୁ ରାଶିରେ ଅବସ୍ଥାନ ପ୍ରତ୍ୟେକ କାମକୁ କୌଶଳରେ ସମ୍ପନ୍ନ କରିପାରିବେ। ଜମିଜମା, ନୂତନ ଗୃହ, କଚେରି ମାମଲା ପ୍ରଭୃତିରେ ଆଶାନୁରୂପ ସଫଳତା ପ୍ରଦାନ କରିବେ। ଦୂରଦୃଷ୍ଟି ଓ କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ହେତୁ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ନୂତନ ଯୋଜନା ପାଇଁ ପରିବାରରୁ ସହଯୋଗ ପାଇବେ।
ମୁଖଭାବରେ ଶୁକ୍ର ବ୍ୟବହାରରେ ବ୍ୟତିକ୍ରମଜନିତ କାମକୁ ବିଶୃଙ୍ଖଳିତ କରିପାରେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେବାରେ ବିଳମ୍ବ ଘଟିବ। ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ପଦୋନ୍ନତି ଘଟିପାରେ। ଆନୁଷ୍ଠାନିକ କାମରେ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇପାରନ୍ତି।