Categories: Rasifala

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି। ଆଜିର ଯାତ୍ରା ଓ ସାନ୍ଧ୍ୟ ଭ୍ରମଣରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ଆନୁଷ୍ଠାନିକ କାର୍ଯ୍ୟ, ସଭାସମିତି, ବାଣିଜ୍ୟ ଓ ପରିବହନରେ ବିବାଦ ବଢ଼ିପାରେ।
ବୃଷ
ଦ୍ୱିତୀୟସ୍ଥ ବୃହସ୍ପତି ଯୋଗୁ କର୍ମାରମ୍ଭ, ଯାତ୍ରା, ପରିବହନ, ଅଦାଲତ ସମ୍ପର୍କିତ କ୍ଷେତ୍ର ଶୁଭପ୍ରଦ ରହିବ। ଆର୍ଥିକ ସ୍ଥିତି ଭଲ ରହିବା ସହ ଚେଷ୍ଟା କରୁଥିବା କାମରେ ସଫଳତା ପାଇପାରିବେ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। କାର୍ଯ୍ୟବ୍ୟସ୍ତ ଯୋଗୁ ବନ୍ଧୁଙ୍କ ସହ ଆଲୋଚନା କରିବାର ଅବସର ପାଇବେ ନାହିଁ।
ମିଥୁନ
ଧନାଧିପ ଚନ୍ଦ୍ର ଦେବଗୁରୁଙ୍କ ସ୍ନେହପୂର୍ଣ୍ଣ ଦୃଷ୍ଟିରୁ କର୍ମକ୍ଷେତ୍ରରୁ ଅର୍ଥ ଓ ସମ୍ମାନ ଲାଭ କରିବେ। କିନ୍ତୁ ରାହୁ ଯୁକ୍ତ ବୁଧ କାରଣରୁ ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ତର୍କ ବିତର୍କ ଲାଗିପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଅଯଥା ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ
ସପ୍ତମାଧିପତି ଭାଗ୍ୟସ୍ଥ ଯୋଗୁ ଇଚ୍ଛା ଓ ଅଭିଳାଷକୁ ପୂରଣ କରିବାରେ ସାହାଯ୍ୟ କରିବ। ଯାହା ମନରେ ଚିନ୍ତା କରୁଛନ୍ତି ତାହା ନିର୍ବିଘ୍ନରେ ହାସଲ କରିପାରିବେ। ଜମିଜମା କିମ୍ବା ଯାନ୍ତ୍ରିକ ଉପକରଣ ଅଥବା ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ଆଜି ସହଜ ଓ ସୁବିଧାରେ କାମ ହାସଲ ହୋଇପାରିବ ନାହିଁ। ଅର୍ଥପ୍ରାପ୍ତି, ବନ୍ଧୁସମ୍ପର୍କ ସ୍ଥାପିତ ହେବା ସହ ଯାତ୍ରାରେ ସହଜରେ ଅଭିଳଷିତ ଫଳ ପାଇବେ । ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟମାନେ ଦୂରେଇ ରହିପାରନ୍ତି। ଆଲୋଚନା ବ୍ୟତିରେକ କୌଣସି କାମ ସ୍ଥିରୀକୃତ ନ ହେବା କାରଣରୁ ମାନସିକ ଅସ୍ଥିରତା ଲାଗିରହିବ।
କନ୍ୟା
ସ୍ବସ୍ଥାନହନ୍ତା ବୃହସ୍ପତି କର୍ମଭାବସ୍ଥ ହେତୁ ଚେଷ୍ଟା କରୁଥିବା କାମରେ ସଫଳତା ମିଳିବା କଷ୍ଟକର ହେବ। ଅନ୍ୟ ପାଇଁ ତ୍ୟାଗ ସ୍ବୀକାର କଲେ ମଧ୍ୟ ସେମାନେ ସହଜରେ ଗ୍ରହଣ କରି ପାରିବେ ନାହିଁ। ଯାତ୍ରାକାଳୀନ ଆଘାତ ପ୍ରାପ୍ତି କିମ୍ବା ଧନହାନିର ସମ୍ଭାବନା ରହିଛି।
ତୁଳା
ହିତୈଷୀଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାମକୁ ସମ୍ପନ୍ନ କରିବେ। ପ୍ରତିଟି କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଭୁଲ୍‌ ବୁଝାମଣାଜନିତ ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ।
ବିଛା
କର୍ମାଧିପ କୋଣଭାବସ୍ଥ ଯୋଗୁ କର୍ମାରମ୍ଭ ସକାଶେ ସିଦ୍ଧାନ୍ତ ନେଇପାରନ୍ତି। ଅତୀତ ଘଟଣାପ୍ରବାହ ମନରେ ଆଲୋଡ଼ନ ସୃଷ୍ଟି କରିବ। କାଳେ ସାହାଯ୍ୟ କରିବାକୁ ବନ୍ଧୁ କହି ପାରନ୍ତି, ଏହି କଥା ମନରେ ଚିନ୍ତାକରି ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ତଥାପି ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ, ଯାହାକି କାମକୁ ଆସିପାରେ।
ଧନୁ
ଉଚ୍ଚାରୋହୀ ରବିଙ୍କ ଆଶୀର୍ବାଦରୁ ନୂତନ ଯୋଜନା କାର୍ଯ୍ୟକାରୀ ପାଇଁ ପରିବାରରୁ ସହଯୋଗ ପାଇବେ। ଗୃହନିର୍ମାଣ କ୍ଷେତ୍ରରେ ଚାପର ସମ୍ମୁଖୀନ ହେବେ। ବନ୍ଧୁଙ୍କ ସହ ପ୍ରାତଃଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ। କଠିନ ଶ୍ରମ ଓ ଅତ୍ୟଧିକ ଭ୍ରମଣ କାରଣରୁ ସାମୟିକ ଭାବେ ଅପରାହ୍ନରେ ଅସୁସ୍ଥତା ଅନୁଭବ କରିପାରନ୍ତି।
ମକର
ରାଶ୍ୟାଧିପତି ତୃତୀୟସ୍ଥ ଯୋଗୁ ନୂତନ ମିତ୍ରତା ସୃଷ୍ଟି କରି ଆଶାକୁ ଚରିତାର୍ଥ କରାଇପାରନ୍ତି। କିନ୍ତୁ କେତେକ କ୍ଷେତ୍ରରେ ହାତପାଆନ୍ତାକୁ ସୁଯୋଗ ଆସିଯିବ କିନ୍ତୁ ନିଜ ଦୋଷରୁ ତାହା ହରାଇ ପାରନ୍ତି। ମନ ବୁଝିଲାଭଳି କଥା କହି ପଡ଼ୋଶୀମାନେ ନିଜର କାର୍ଯ୍ୟ ହାସଲ କରିନେବେ। ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
କୁମ୍ଭ
ପାରିବାରିକ ସ୍ଥିରତା ସାଙ୍ଗକୁ ବନ୍ଧୁଙ୍କ ସାହାଯ୍ୟ କାମକୁ ଆଗକୁ ବଢ଼ାଇନେବ। ଖୋଜୁଥିବା ଜିନିଷ ନିକଟରେ ପାଇବା ସହ ଏଥିପାଇଁ ସାମୟିକ ଅସ୍ଥିରତା ମଧ୍ୟରେ ଗତି କରିବେ। କର୍ମକ୍ଷେତ୍ରରେ ଅସଫଳ ହେବାକୁ ନେଇ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ।
ମୀନ
ସନ୍ତାନଙ୍କ କାର୍ଯ୍ୟକଳାପକୁ କେନ୍ଦ୍ରକରି ପଡ଼ୋଶୀଙ୍କ ସହ କଳହ ଲାଗିପାରେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିବ। ମାଙ୍ଗଳିକ ଉତ୍ସବ କିମ୍ବା ଆନୁଷ୍ଠାନିକ କାମରେ ଗୁରୁଦାୟିତ୍ୱ ବହନ କରି ପ୍ରସ୍ତୁତିପଥେ କର୍ମମୁଖର ରହିପାରନ୍ତି। ଶୁଣାକଥାକୁ ବିଶ୍ୱାସ ନ କରି ଏବଂ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.