Categories: Rasifala

ରାଶିଫଳ: ବୁଧବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ
ଆଜିର ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିବା ସହ ବନ୍ଧୁଙ୍କ ଆଦରଣୀୟ ହେବେ। କୃତ୍ତିକା ନକ୍ଷତ୍ରର ମନରେ ଅସ୍ଥିରତା ଲାଗି ରହିବାରୁ ଅନ୍ୟମାନଙ୍କ କଥା ଆପଣଙ୍କୁ ଭଲ ଲାଗିବ ନାହିଁ। ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବାରୁ ଚିନ୍ତା ପ୍ରକଟ କରିବେ।
ବୃଷ
ବନ୍ଧୁ କିମ୍ବା ଗୁରୁଜନଙ୍କ ଅନୁପସ୍ଥିତି ମନରେ ଗଭୀର ଆଘାତ ଆଣିଦେଇପାରେ। ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ରୋହିଣୀ ନକ୍ଷତ୍ର କ୍ରୀଡ଼ା, ସାମ୍ବାଦିକତା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇବେ। ପୂର୍ବରୁ ଲାଗି ରହିଥିବା ଶାରୀରିକ ଅସୁସ୍ଥତାଜନିତ ପୀଡ଼ାରେ କଷ୍ଟ ପାଇପାରନ୍ତି।
ମିଥୁନ
ଆନୁଷ୍ଠାନିକ କାମରେ ଜନ ସମର୍ଥନ ପାଇବା ସହ ପାରିବାରିକ ଜୀବନ ସୁଖପ୍ରଦ ରହିବ। ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମତ ବଦଳାଇ ପାରନ୍ତି। ଆରଦ୍ରା ନକ୍ଷତ୍ର ପାଇଁ ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବ। ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ।
କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଲାଗି ରହିଲେ ମଧ୍ୟ ପଛକୁ ଫେରିବେ ନାହିଁ। ଅଶ୍ଳେଷା ନକ୍ଷତ୍ର ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ପାଇ ଖୁସି ହେବେ। ଶିଳ୍ପ, ସାମ୍ବାଦିକତା, ପରିବହନ, ବାଣିଜ୍ୟ ଓ ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ। ପ୍ରକୃତ ଘଟଣାକୁ ପଡ଼ୋଶୀ ଭଲରୂପେ ନ ବୁଝି ଅଯଥା ଦୋଷାରୋପ କରିପାରନ୍ତି।
ସି˚ହ
ବନ୍ଧୁଙ୍କ ପରାମର୍ଶରେ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ସମାଲୋଚିତ ହେବେ। ସାଂସ୍କୃତିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି ବ୍ୟସ୍ତତା ବୃଦ୍ଧି ପାଇବ। ଆଜିର ଯାତ୍ରା, ରାଜନୀତି, ଅଦାଲତ, ସଙ୍ଗଠନ କ୍ଷେତ୍ରରେ ସୁଫଳ ପାଇବେ।
କନ୍ୟା
ପାରିବାରିକ ଜୀବନରେ ସମସ୍ୟା ରହିଥିଲେ ମଧ୍ୟ କାମ ହାସଲ ସକାଶେ ଅସୁବିଧା ହେବନାହିଁ। ଚିତ୍ରା ନକ୍ଷତ୍ରର ଭ୍ରାତୃବର୍ଗରେ କିମ୍ବା ସହକର୍ମୀଙ୍କ ସହ ମନାନ୍ତର ଘଟିପାରେ। ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବାରେ ପଡ଼ୋଶୀ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଖର୍ଚ୍ଚ ବୃଦ୍ଧିପାଇବା କାରଣରୁ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିପାରେ।
ତୁଳା
ଭାବପ୍ରବଣତାର ବଶବର୍ତ୍ତୀ ହୋଇ ବିଭିନ୍ନ ଦୁର୍ଭାବନା ମନରେ ବସା ବାନ୍ଧିପାରେ। ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ, ଆଲୋଚନା ଏବଂ ସୁପରାମର୍ଶରୁ ମନ ହାଲୁକା ରହିପାରେ। ବିଶାଖା ନକ୍ଷତ୍ର ପ୍ରଶଂସନୀୟ କାମ କରି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିପାରନ୍ତି।
ବିଛା
ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବାର ଆଶା ରହିଛି। । କର୍ମକ୍ଷେତ୍ରର ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ଆଜି ଅନୁରାଧା ନକ୍ଷତ୍ର ସକାଶେ କୌଣସି ଅଭିଳଷିତ ଦ୍ରବ୍ୟ ପ୍ରାପ୍ତିର ସମ୍ଭାବନା ରହିଛି।
ଧନୁ
କର୍ମକ୍ଷେତ୍ରରେ ସାଧାରଣ କଥାରେ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବା ଠିକ୍‌ ହେବନାହିଁ। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିପାରନ୍ତି। ପୂର୍ବାଷାଢା ନକ୍ଷତ୍ର ସକାଶେ ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ବନ୍ଧୁମାନେ ସାହାଯ୍ୟ କରିବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ।
ମକର
ସାମାଜିକ ସ୍ତରରେ ଉଚ୍ଚ ବର୍ଗର ବ୍ୟକ୍ତିଙ୍କଠାରୁ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପ୍ରତିଦ୍ୱନନ୍ଦ୍ୱିତା କରୁଥିବା ବ୍ୟକ୍ତିଙ୍କ ଦୌରାମତ୍‌ୟ ଅସହ୍ୟ ହେବ। ଶ୍ରବଣା ନକ୍ଷତ୍ରର ଭାଙ୍ଗିପଡ଼ିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। ନିଜ ଲୋକଙ୍କ ସହ ଝଗଡ଼ା ଲାଗିପାରେ ଏଣୁ ସତର୍କ ରହିବା ଭଲ।
କୁମ୍ଭ
କର୍ମକ୍ଷେତ୍ରର ସମସ୍ୟା ଓ ପରିବାରର କୌଣସି ଘଟଣା ବିବ୍ରତ କରିପାରେ। ଶତଭିଷା ନକ୍ଷତ୍ରର ଜମିଜମା, କଳକାରଖାନା, ପରିବହନରେ ସମସ୍ୟା ଜଟିଳ ହେବ। ଚିନ୍ତା କରିଥିବା ଯୋଜନା ବିଗିଡ଼ି ଯିବା କାରଣରୁ ମନ ଭଲ ରହିବ ନାହିଁ। ପରୋକ୍ଷ ଶତ୍ରୁତା କାରଣରୁ ଯେତେ ଭଲ କାମ କଲେ ମଧ୍ୟ ନିଜ ପରିସରରେ ସମାଲୋଚିତ ହୋଇପାରନ୍ତି।
ମୀନ

ଉତ୍ତରଭାଦ୍ର ନକ୍ଷତ୍ରର ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ଆଜି ବନ୍ଧୁଙ୍କ ଗହଣରେ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇପାରନ୍ତି। ସଭାସମିତିରେ, ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପରିବାରରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇପାରେ।

Get accurate and insightful horoscopes every day — only with Dharitri — Odisha’s No.1 Trusted Odia Newspaper

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.