ଆଜି ରାଶିରେ ଶ୍ରୀଚନ୍ଦ୍ର ସହ ଶୁକ୍ରଙ୍କ ସଂଯୋଗ ବୈଷୟିକ ସୁଖ ସମୃଦ୍ଧି ପ୍ରଦାନ କରିବ। ପାରିବାରିକ ସ୍ଥିତି, ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସାଙ୍ଗକୁ ବିଳାସପ୍ରିୟ ହେବେ। ମୁହଁ ସାମ୍ନାରେ ଭଲ କହୁଥିବା ଲୋକଟି ପଛରେ ସମାଲୋଚନା କରୁଥିବା ଶୁଣିବାକୁ ପାଇବେ। ବ୍ୟବସାୟରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପସ୍ତେଇବେ।
ବୁଧାଦିତ୍ୟ ଯୋଗ ଧନସ୍ଥାନସ୍ଥ ଯୋଗୁ ଆର୍ଥିକ ଅଭିବୃଦ୍ଧି ସହ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ବନ୍ଧୁ ସହଯୋଗର ହାତ ବଢ଼ାଇବା ଫଳରେ କୌଣସି କାମ ଅଟକିବ ନାହିଁ। ଆଜି କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍ ସମୟରେ କରିପାରିବେ ନାହିଁ। ଆନୁଷ୍ଠାନିକ କାମରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ସୌଭାଗ୍ୟଲାଭ କରିବେ।
ରାଶିରେ ପାପଗ୍ରହ ଏବଂ ଦ୍ୱିତୀୟସ୍ଥ ବୁଧ ଆପଣଙ୍କ ମନ ଭିତରର ଉତ୍ତେଜନାକୁ ପ୍ରକାଶ କରିବାକୁ ପଶ୍ଚାଦ୍ପଦ ହେବେ ନାହିଁ। ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଆପ୍ୟାୟିତ କରି ଅର୍ଥଲାଭର ମାର୍ଗକୁ ସୁଗମ କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ।
ଲାଭଭାବରେ ଶୁକ୍ରଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗଜନିତ ବିଳାସବ୍ୟସନ ଦିଗକୁ ମନ ଆକର୍ଷିତ ହେବ। କିନ୍ତୁ ମୁଖଭାବସ୍ଥ ମଙ୍ଗଳ ଓ କେତୁ ଆପଣଙ୍କ ରୁକ୍ଷ ବ୍ୟବହାରଜନିତ ସମସ୍ୟାର ସମ୍ମୁଖୀନ ହେବେ। ପାରଷ୍ପରିକ ମତଭେଦ କାରଣରୁ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଅଶାନ୍ତି ବଢ଼ିବ। କ୍ରୀଡ଼ା, ସଙ୍ଗୀତରେ ସଫଳତା ଅର୍ଜନ କରିବେ।
ବଳହୀନ ଭାଗ୍ୟାଧିପ ପାପଗ୍ରହ ଯୁକ୍ତ ହେତୁ କୌଣସି କାର୍ଯ୍ୟ ସହଜରେ ସମ୍ପନ୍ନ ହୋଇ ନପାରେ। ତଥାପି ଆନୁଷ୍ଠାନିକ କାମରେ ତଥା କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କର୍ମକ୍ଷେତ୍ରରେ ସମସ୍ୟାର ସମାଧାନପୂର୍ବକ ଟେନ୍ସନ ଦୂର ହୋଇପାରେ। କଚେରି ମାମଲା ଶୁଣାଣିରୁ ବ୍ୟସ୍ତତା ଅନୁଭବ କରିପାରନ୍ତି।
କର୍ମଭାବସ୍ଥ ରାଶ୍ୟାଧିପ ଗୁରୁଯୁକ୍ତ କାରଣରୁ ପାରିବାରିକ, ବ୍ୟବସାୟିକ ତଥା ଯାତ୍ରା ଓ କର୍ମାରମ୍ଭ ପାଇଁ ମନ୍ଦ ହେବନି। ଧନାଧିପ ଧନସ୍ଥାନକୁ ଦେଖୁଥିବାରୁ ବୈଷୟିକ ସୁଖ ସମୃଦ୍ଧି ଅନୁଭବ କରିବେ। ଶତ୍ରୁତା କରୁଥିବା ଲୋକଟି ବାଧିଲା ଭଳି କଥା କହିପାରେ। ସାମାଜିକ ସ୍ତରରେ ଅସମ୍ମାନିତ ହୋଇପାରନ୍ତି।
ଶୁକ୍ର ରାଶିକୁ ଅବଲୋକନ କରୁଥିବାରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। ପାପମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ କାହାକୁ କିଛି ନ କହିଲେ ମଧ୍ୟ ମନଟା ଭଲ ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କଠାରୁ ଦୂରତା ରଖି କାମ କରିବା ଭଲ ହେବ। ତଥାପି ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବୃଦ୍ଧିର ଆଶଙ୍କା ଦେଖାଦେଇପାରେ।
ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ନୀରବତା ଅନ୍ୟମାନଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିବ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ କରିବେ। ନିଜ ପରିବାରର ସଦସ୍ୟଙ୍କଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ରାଶିକୁ ଚାରୋଟି ଗ୍ରହ ଅବଲୋକନ କରୁଥିବାରୁ ଆପଣଙ୍କ ବିଚାରଧାରା ବିକ୍ଷିପ୍ତ ହୋଇପାରେ। ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ପାରିବାରିକ ସ୍ଥିତି ସ୍ବାଭାବିକ ରହିବ। ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ କିନ୍ତୁ କାମ ଅଟକିବ ନାହିଁ।
ସପ୍ତମାଧିପତି ଚତୁର୍ଥ କେନ୍ଦ୍ରସ୍ଥ ଶୁକ୍ରଯୁକ୍ତ ହେତୁ ଯାତ୍ରା ଏବଂ ସନ୍ତାନଙ୍କ ବିବାହ ପ୍ରସ୍ତାବ ସମ୍ପର୍କୀୟ ଚିନ୍ତା କରିପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ, ସଭାସମିତିରୁ ସୁଫଳ ପାଇବେ। ଅନ୍ୟମନସ୍କତା କାରଣରୁ ସମସ୍ୟା ଉପୁଜିପାରେ।
ଗୁରୁକ୍ଷେତ୍ରସ୍ଥ ରାଶ୍ୟାଧିପ ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ବନ୍ଧୁସମ୍ପର୍କ, ବିବାଦୀୟ ପରିସ୍ଥିତି, ସଭାସମିତି ଓ ଆନୁଷ୍ଠାନିକ କାମରେ ବିଶେଷ ଅସୁବିଧା ହେବନାହିଁ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିବେ। କ୍ରୀଡ଼ା, ସଙ୍ଗୀତ ଓ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
କେନ୍ଦ୍ରସ୍ଥ ଗ୍ରହଙ୍କ ପ୍ରଭାବରେ ବନ୍ଧୁଙ୍କ ସହଯୋଗ କାମରେ ସହାୟକ ହେବ। ପିଲାଙ୍କ ସମସ୍ୟା ସମାଧାନ ସକାଶେ ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତିବଶତଃ ଧାରକରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହୋଇପାରନ୍ତି।