Categories: Rasifala

ରାଶିଫଳ: ବୁଧବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ପାରିବାରିକ ଅଶାନ୍ତ ବାତାବରଣ ବଦଳି ଯିବ। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟି କାରଣରୁ ମନ ଅନୁଯାୟୀ କାମ କରିବା ସହଜସାଧ୍ୟ ହେବନାହିଁ। ଦୂରାଗତ ବନ୍ଧୁଙ୍କ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡ଼ିପାରେ। ଆର୍ଥିକ ସଙ୍କଟକୁ ଦୂରେଇବାରେ ପଡ଼ୋଶୀ ସହଯୋଗର ହାତ ବଢ଼ାଇପାରନ୍ତି।
ବୃଷ
ଚତୁର୍ଥାଧିପତି ରବି ଯୋଗକାରକ ହେତୁ ପୂର୍ବ ସଂକଳ୍ପିତ କାମ ବନ୍ଧୁଙ୍କ ମାଧ୍ୟମରେ ସମ୍ପନ୍ନ କରିବାରେ ସଫଳ ହେବେ। ଅଫିସରେ ଅଟକିଥିବା ଫାଇଲ୍‌ କାମ ସକାଶେ ବ୍ୟସ୍ତତା ବଢ଼ିବ। ଶିଳ୍ପ ଓ ବ୍ୟବସାୟ, ପରିବହନରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କୌଣସି ନିଷ୍ପତ୍ତିର ଶେଷ ସମୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ।
ମିଥୁନ
ବୁଧଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ସ୍ନାୟବିକ ଦୁର୍ବଳତା କାର୍ଯ୍ୟହାନି ନିରୁତ୍ସାହିତାର କାରଣ ହେବ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାମ ହାସଲ କରିବେ। ଅନୁଗାମୀଙ୍କ ପରାମର୍ଶରେ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ପାରିବାରିକ ଅସ୍ଥିରତା ଲାଗିରହିବାରୁ ଅନ୍ୟମନସ୍କ ରହିପାରନ୍ତି।
କର୍କଟ
ଧନାଧିପତି ରାଶ୍ୟାଧିପତି ସଂଯୋଗରୁ ଆର୍ଥିକ ଅଭିବୃଦ୍ଧି ସକାଶେ ଉଦ୍ୟମ ବୃଥା ଯିବନାହିଁ। କେତେକ କ୍ଷେତ୍ରରେ ଅନ୍ୟମାନଙ୍କର କଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି। ଭୁଲ୍‌ ବୁଝାମଣା ହେତୁ ପାରିବାରିକ କ୍ଷେତ୍ରରେ କଳହର ସୂଚନା ରହିଛି। ପ୍ଲଟିଙ୍ଗ୍‌ କାରବାର ଓ ନୂତନ ଯାନବାହନ କ୍ରୟ କରିବା କ୍ଷେତ୍ରରେ ସୁଫଳ ପାଇପାରିବେ।
ସି˚ହ
ଭୂମିପୁତ୍ର ମଙ୍ଗଳ ଗୁରୁଙ୍କ ଦୃଷ୍ଟିରେ ରହିଥିବାରୁ ଜମିଜମା ସମସ୍ୟା ବୃଦ୍ଧି ପାଇବ। ଭଲ ସମ୍ପର୍କ ନ ଥିବା ବନ୍ଧୁ ପୂର୍ବରାଗ ଶୁଝାଇବାକୁ ଯାଇ ପ୍ରତିଶୋଧ ନେବେ। କର୍ମକ୍ଷେତ୍ରରେ ପଛକଥା ନ ଭାବି ପରିସ୍ଥିତିକୁ ସାମନା କରିବା ଭଲ ହେବ। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବାର ସୌଭାଗ୍ୟପ୍ରାପ୍ତ ହେବେ।
କନ୍ୟା
ବୁଧାଦିତ୍ୟ ଯୋଗ ପ୍ରଭାବରେ ସାମାଜିକ ପ୍ରତିଷ୍ଠା ପାଇବେ ଏବଂ ସ୍ଥଗିତ କାର୍ଯ୍ୟକୁ ସମ୍ପନ୍ନ କରିପାରିବେ। ବୃହସ୍ପତିଙ୍କ ଶୁଭଦୃଷ୍ଟି ପ୍ରଭାବରେ ପାରିବାରିକ ସମସ୍ୟାର ସମାଧାନ କରିପାରିବେ। ଫାଇଦା ହାସଲ ପାଇଁ ବନ୍ଧୁମାନେ ଫନ୍ଦିଫିକର କରିପାରନ୍ତି। ଆବଶ୍ୟକତା ପୂରଣ କରିବାକୁ ଯାଇ ଧାର କରଜ କରିବାକୁ ପଡ଼ିପାରେ।
ତୁଳା
ରାଶିରେ ମଙ୍ଗଳ ଥିବାରୁ ଜମିଜମା କିମ୍ବା ନୂତନ ଚୁକ୍ତିପତ୍ର ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦିତ ହେବ। କେତେକ କ୍ଷେତ୍ରରେ ନିଜ ଲୋକଙ୍କ ଉପରେ ପୂର୍ଣ୍ଣ ଭରସା କରିପାରିବେ ନାହିଁ। ପ୍ରକାଶନ କ୍ଷେତ୍ର, ରାଜନୈତିକ ସ୍ଥିତି, ବନ୍ଧୁଙ୍କ ସହ ଆଲୋଚନା ନିଷ୍ଫଳ ହେବନାହିଁ। ଧନାଧିପତିଙ୍କ ଶୁଭତ୍ୱ କାରଣରୁ ଅର୍ଥଲାଭ ପାଇଁ ମାର୍ଗ ଉନ୍ମୁକ୍ତ ହୋଇଯିବ।
ବିଛା
ଦୁଃସ୍ଥାନସ୍ଥ ରାଶ୍ୟାଧିପ ଯୋଗୁ ଶାରୀରିକ ଅସୁସ୍ଥତା ସଙ୍ଗକୁ ଅର୍ଥସଂକଟ ଲାଗିରହିବ। ଆତ୍ମୀୟମାନେ ଦୂରେଇଯିବାରୁ ସାମାଜିକ ସ୍ତରରେ ଅସୁବିଧାର ସମ୍ମୁଖୀନ ହେବେ। ଦୂରଯାତ୍ରା ଯୋଜନା ଶେଷ ମୁହୂର୍ତ୍ତରେ ବାତିଲ ହୋଇପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଅଟକିଥିବା କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ।
ଧନୁ
ଦେବଗୁରୁଙ୍କ କୃପାଦୃଷ୍ଟିରୁ ବିଭିନ୍ନ ଯୋଜନାର ପରିକଳ୍ପନା କରି ସଫଳତା ହାସଲ କରିବେ। ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହିବା ଭଲ। ଦୂରଯାତ୍ରା ଯୋଜନା ଶେଷ ସମୟରେ ସ୍ଥଗିତ ରହିଯାଇପାରେ। ସାଧାରଣ କଥାରୁ ସ୍ତ୍ରୀଙ୍କ ସହ ମତାନ୍ତରର ସୂଚନା ରହିଛି। ଚତୁର୍ଥଭାବସ୍ଥ ଶନି ଆପଣଙ୍କ ମନୋରଞ୍ଜନରେ ବାଧକ ସାଜିପାରେ।
ମକର
ଗୁରୁକ୍ଷେତ୍ରସ୍ଥ ରାଶ୍ୟାଧିପତି କର୍ମର ପୁଷ୍ଟି ସାଧନ ସହ ପାରିବାରିକ ଜୀବନକୁ ପ୍ରୀତିପ୍ରଦ ରଖିବେ। ଖଳ ଲୋକଙ୍କ ଦ୍ୱାରା ମିଥ୍ୟାଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ବିଗତ ଦିନର ଘଟଣାଗୁଡିକ ସମ୍ପର୍କରେ ଭାବି ମନସ୍ତାପ କରିପାରନ୍ତି। ସଭାସମିତିରେ ପ୍ରଶଂସିତ ହେବା ସହ ସମ୍ମାନ ଲାଭ ଓ ମର୍ଯ୍ୟଦା ବୃଦ୍ଧି ପାଇବ।
କୁମ୍ଭ
ଷଷ୍ଠାଧିପ ଚନ୍ଦ୍ର ଏକାଦଶ ଭାବରେ ରହିଥିବାରୁ ପ୍ରାପ୍ୟ ପାଇବାରେ ସମସ୍ୟାର ସମ୍ମୁଖୀନ ହେବେ। ପରିବାର ସଦସ୍ୟଙ୍କ ରୋଗପୀଡା ଏବଂ ପରୋକ୍ଷ ଶତ୍ରୁତାଜନିତ ମାନସିକ ଅଶାନ୍ତି ଲାଗିରହିବ। ସାଙ୍ଗସାଥୀଙ୍କ ପରାମର୍ଶରେ ଦେବାର୍ଚ୍ଚନା ପାଇଁ ମନ ବଳାଇପାରନ୍ତି। ଉପରିସ୍ଥଙ୍କ ଅନୁକମ୍ପାରୁ ସମସ୍ୟା ସମାଧାନରେ ସହକର୍ମୀ ସାହାଯ୍ୟ କରିବେ।
ମୀନ

ରାଶ୍ୟାଧିପ ବୃହସ୍ପତି କେନ୍ଦ୍ରସ୍ଥ ଯୋଗୁ ଉନ୍ନତଚିନ୍ତା ସଙ୍ଗକୁ ବିଶିଷ୍ଟବ୍ୟକ୍ତିଙ୍କ ସୁନଜରରେ ଆସିବେ। ଦେହ ଭଲ ରହିଲେ ମଧ୍ୟ କ୍ରନିକ୍‌ ରୋଗରେ କଷ୍ଟ ପାଇପାରନ୍ତି। କଚେରି ମାମଲା, ପ୍ରଶାସନିକ ଆଲୋଚନା, ରାଜନୈତିକ ବିତର୍କ ସାଙ୍ଗକୁ କୃତି ଓ କୃତିତ୍ୱରୁ ପ୍ରଶଂସିତ ହେବେ। ପରିବାରର ଖର୍ଚ୍ଚ ବୃଦ୍ଧିରୁ କରଜ କରିବାକୁ ବାଧ୍ୟ ହୋଇପାରନ୍ତି।

Get accurate and insightful horoscopes every day — only with Dharitri — Odisha’s No.1 Trusted Odia Newspaper

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.