ଦୃଷ୍ଟି ଆକର୍ଷଣ କରୁଛି ଧଳା ବାଦୁଡି: ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ କେବେକେବେ ଏମିତି କିଛି ଭିଡିଓ ଅବା ଫଟୋ ଭାଇରାଲ ହୋଇଥାଏ ଯାହା ଆସିଥାଏ ଚର୍ଚ୍ଚାକୁ। ନିକଟରେ ଜଣେ ରେନ୍‌ ଫରେଷ୍ଟ ସ୍ପେଶାଲିଷ୍ଟ ଇନଷ୍ଟାଗ୍ରାମରେ ଧଳା ବଦୁଡିଙ୍କର ଏକ ଭିଡିଓ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ତେବେ ଏହି ବାଦୁଡି ଗୁଡିକ ଦେଖିବାକୁ ଖୁବ୍‌ ସୁନ୍ଦର। ବ୍ୟକ୍ତି ଜଣକ କୋଷ୍ଟା ରିକାର ବର୍ଷାଓ୍ବନରେ ଫଟୋ ବ୍ଲଗ୍‌ ସମୟରେ ଏହି ଧଳା ବାଦୁଡିଙ୍କ ଭିଡିଓକୁ କ୍ୟାମେରାରେ ତୋଳି ଧରିଥିବା ଜଣାପଡିଛି। ଏହାକୁ ‘ହଣ୍ଡୁରାସ ହ୍ବାଇଟ ବ୍ୟାଟ’ ମଧ୍ୟ କୁହାଯାଇଥାଏ। ଏମାନେ ହଣ୍ଡୁରାସ, ନିକାରାଗୁଆ ଓ ଜାପାନରେ ଦେଖାଯାଇଥାଆନ୍ତି। ଏମାନେ ଦେଖିବାକୁ ଏକ ତୁଳା ପିଣ୍ଡୁଳା ପରି। ସୂଚନାଯୋଗ୍ୟ, ଏହି ଭିଡିଓଟି ଜଣେ ପର୍ସନାଲ ଇନଷ୍ଟାଗ୍ରାମ ପେଜ୍‌ରେ ଶେୟାର କରିଥିବା ବେଳେ ସେ ନିଜକୁ ଜଣେ ରେନ୍‌ ଫରେଷ୍ଟ ସ୍ପେଶାଲିଷ୍ଟ ବୋଲି କହିଛନ୍ତି। ତେବେ ତାଙ୍କ ପେଜ୍‌କୁ ୧ଲକ୍ଷରୁ ଅଧିକ ଲୋକ ଫଲୋ କରୁଥିବା ବେଳେ ସେଥିରେ ବିଭିନ୍ନ ପ୍ରକାର ପକ୍ଷୀଙ୍କର ଫଟୋ ଓ ଭିଡିଓ ଦେଖିବାକୁ ମିଳିବ। ଏହି ଧଳା ବାଦୁଡି ଭିଡିଓଟିକୁ ଏପର୍ଯ୍ୟନ୍ତ ୧୩ ହଜାରରୁ ଅଧିକ ଭ୍ୟୁଜ ମିଳି ସାରିଲାଣି। ଏହି ଧଳା ବାଦୁଡି ଛୁଆଙ୍କୁ କାରେବିୟାନ ହ୍ବାଇଟ ଟେଣ୍ଟ ମେକିଙ୍ଗ ବ୍ୟାଟ ଅବା କଟନ ବଲ୍‌ ବ୍ୟାଟ ବୋଲି ମଧ୍ୟ କୁହାଯାଏ। ଫଟୋ ବା ଭିଡିଓରେ ଏମାନେ ଯେତିକି ବଡ ଦେଖାଯାଉଛନ୍ତି ଏହା ସବୁଠାରୁ ବଡ ବୋଲି କୁହାଯାଉଛି। ଏହାର ମାଆ ବାଦୁଡି ଏମାନଙ୍କଠାରୁ ସାମାନ୍ୟ ବଡ ଓ ଓଜନିଆ ହୋଇଥାଏ। ଏମାନେ ହେଲିକୋନିଆ ଗଛର ପତ୍ର ତଳେ ରହିଥାଆନ୍ତି ଓ ଏହି ପତ୍ରକୁ ଖାଇଥାଆନ୍ତି। ସେଥିପାଇଁ ଏମାନଙ୍କୁ ଟେଣ୍ଟ ମେକିଙ୍ଗ ବୋଲି କୁହାଯାଇଥାଏ। ଏମାନେ ସମ୍ପୂର୍ଣ୍ଣ ସାକାହାରୀ।