ହୋଣ୍ଡାର ସ୍ପେଶାଲ ଏଡିଶନ ଆମେଜ୍‌

ଭୁବନେଶ୍ୱର: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌) ପକ୍ଷରୁ ସ୍ପେଶାଲ ଏଡିଶନ ଆମେଜ୍‌ ମଡେଲ ବଜାରକୁ ଆସିଛି। ପାର୍ବଣ ଉପଲକ୍ଷେ ଏହି ଫ୍ୟାମିଲ ସେଡାନକୁ କମ୍ପାନୀ ଉନ୍ମୋଚନ କରିଛି। ଏଥିରେ କମ୍ପାନୀ ଅନେକ ଆକର୍ଷଣୀୟ ଫିଚର ଯୋଡିଛି। ଏହାର ଲୋକପ୍ରିୟ ଏସ୍‌ ଗ୍ରେଡ୍‌ ଏମ୍‌ଟି ଏବଂ ସିଭିଟି ଭର୍ସନରେ ଆସିଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ବିକଳ୍ପ ଏଥିରେ ରହିଛି। ନୂଆ ସ୍ପେଶାଲ ଏଡିଶନ ଆମେଜ୍‌କୁ ବଜାର ପ୍ରବେଶ କରାଇ ଅତ୍ୟନ୍ତ ଖୁସି ବୋଲି କମ୍ପାନୀର ସେଲ୍‌ସ ଏବଂ ମାର୍କେଟିଂ ନିର୍ଦ୍ଦେଶକ ରାଜେଶ ଗୋୟଲ ସୂଚନା ଦେଇଛନ୍ତି। ଏଥିରେ ଅତ୍ୟାଧୁନିକ ଡିସ୍ପଲେ ଅଡିଓ ସିଷ୍ଟମ, ଉନ୍ନତ ବଡି ଗ୍ରାଫିକ୍ସ, ଷ୍ଟାଇଲ ସିଟ୍‌ କଭର ଏବଂ ସ୍ବତନ୍ତ୍ର ଲୋଗୋ, ବ୍ୟାଜିଂ ରହିଛି। ଏହାର ଏକ୍ସ ଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ମଡେଲଟି ଆକର୍ଷଣୀୟ ମୂଲ୍ୟରେ ଆସିଥିବାରୁ ଏହାଦ୍ୱାରା ଗ୍ରାହକ ଉନ୍ନତ ଭାଲ୍ୟୁ ଲାଭ କରିପାରିବେ ବୋଲି ଆଶାବାଦୀ ରହିଥିବା ଗୋୟଲ କହିଛନ୍ତି।