ଏପ୍ରିଲରେ ହୋଣ୍ଡାର ୧୦,୮୬୭ ୟୁନିଟ୍‌ ବିକ୍ରି

ନୂଆଦିଲ୍ଲୀ,୧୦ା୫:  ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ମାସିକ ଗାଡ଼ି ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। ୨୦୨୪ ଏପ୍ରିଲରେ କମ୍ପାନୀ ମୋଟ ୧୦,୮୬୭ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲାବେଳେ ୨୦୨୩ ଏପ୍ରିଲରେ ଏହି ସଂଖ୍ୟା ୭,୬୭୬ ୟୁନିଟ୍‌ ହୋଇଥିଲା। ସେହିଭଳି କମ୍ପାନୀ ୨୦୨୪ ଏପ୍ରିଲରେ ମୋଟ ୪୩୫୧ ୟୁନିଟ୍‌ ଗାଡ଼ି ଘରୋଇ ବଜାରରେ ବିକ୍ରି କରିଥିଲାବେଳେ ୬୫୧୬ ୟୁନିଟ୍‌ ରପ୍ତାନି କରିଥିଲା। ଏପରିକି ୨୦୨୩ ଏପ୍ରିଲରେ କମ୍ପାନୀ ଘରୋଇ ବଜାରରେ ମୋଟ ୫୩୧୩ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲାବେଳେ ୨୩୬୩ ୟୁନିଟ୍‌ ଗାଡ଼ି ରପ୍ତାନି କରିଥିଲା।

Share
Tags: honda