A young woman massaging her painful knee
ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା କେବଳ ବୟସ୍କ ବ୍ୟକ୍ତି ନୁହନ୍ତି ଯୁବପିଢ଼ିଙ୍କଠାରେ ଦେଖିବାକୁ ମିଳିଲାଣି। ଏହାର ଲକ୍ଷଣ ଜାଣିବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରାଇନେବା ଦରକାର। ତେବେ ଏଥିରୁ ଉପଶମ ପାଇବା ପାଇଁ କେତୋଟି ଘରୋଇ ଉପଚାରକୁ ଆପଣେଇ ପାରନ୍ତି। ଥଣ୍ଡା ହୋଇଥିଲେ କ୍ଷୀର-ଅଦା ମିଶ୍ରିତ ଚା’ ପିଇଲେ ଗଣ୍ଠି ବ୍ୟଥାରୁ କେତେକାଂଶରେ ଉପଶମ ମିଳିଥାଏ। ରାତିରେ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇଲେ ତାହା ଥଣ୍ଡା ଦୂର କରିବା ସହ ଏପରି ସମସ୍ୟାରୁ ଆରାମ ଦେଇଥାଏ। ପ୍ରତିଦିନ ସକାଳୁ ରସୁଣ ଖାଆନ୍ତୁ ଏହାଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳିଥାଏ। ଅମୃତଭଣ୍ଡା ହେଉଛି ଭିଟାମିନ୍ ‘ସି’ର ଏକ ଉତ୍ସ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ କେତେକାଂଶରେ ଲାଘବ ମିଳିଥାଏ। ଅନ୍ୟପକ୍ଷରେ ଭିଟାମିନ୍ ‘ଇ’ଜାତୀୟ ଖାଦ୍ୟ-ବାଦାମ ଏବଂ ମାଛ ଏହି ସମସ୍ୟା ସହ ଜଡିତ ରୋଗୀଙ୍କ ପାଇଁ ବେଶ୍ ଉପକାରୀ।