ତେଲଙ୍ଗାନାରେ କେସିଆରଙ୍କ ଉପରେ ବର୍ଷିଲେ ଅମିତ ଶାହା

ହାଇଦ୍ରାବାଦ,୨୩।୪: ହାଇଦ୍ରାବାଦ ନିକଟ ଚେଭେଲାଠାରେ ରବିବାର ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ପଚାରିବାକୁ ଚାହୁଁଛି, ଭାଜପା ସରକାର ଗଠନ ପୂର୍ବରୁ ତେଲଙ୍ଗାନା ପୂର୍ବ ବଜେଟରେ କ’ଣ ମିଳିଥିଲା? ପୂର୍ବରୁ ତେଲଙ୍ଗାନା ୩୦,୦୦୦ କୋଟି ଟଙ୍କା ପାଉଥିଲା ଏବଂ ୨୦୨୨-୨୩ରେ ମୋଦି ୧,୨୦,୦୦୦ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ବିକାଶର କାର୍ଯ୍ୟ କେବଳ ଭାଜପା ହିଁ କରିପାରିବ।

ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ଯାହା ବି କଲ୍ୟାଣମୂଳକ ଯୋଜନା ଏଠାକୁ ପଠାନ୍ତି, ତାହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚେ ନାହିଁ। ମୁଖ୍ୟମନ୍ତ୍ରୀ କେସିଆର ଯେତେ ଚାହିଁଲେ ବି ତେଲଙ୍ଗାନାର ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କଠାରୁ ଦୂରରେ ରଖିପାରିବେ ନାହିଁ। କେସିଆର ସରକାର ଆମ ବନ୍ଦୀ ସଞ୍ଜୟଙ୍କୁ ଜେଲରେ ରଖିଛନ୍ତି। ତାଙ୍କୁ ଲାଗୁଛି କି ଭାଜପା କର୍ମୀମାନେ ଜେଲ ଯିବାକୁ ଭୟ କରୁଛନ୍ତି।