ଭୟଙ୍କର ରୋଗ ସହ ଲଢୁଛନ୍ତି କିମ୍‌ କାର୍ଦାସିଆନ୍‌, ଖୁଲାସା ପରେ ଚିନ୍ତାରେ ପ୍ରଶଂସକ

ଓ୍ବାଶିଂଟନ: ଆମେରିକାର ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଚେହେରା ମଧ୍ୟରୁ କିମ୍‌ କାର୍ଦାସିଆନ ଜଣେ। ହଲିଉଡ୍‌ର ଗ୍ଲାର୍ମର ଜଗତ ସହ ଜଡ଼ିତ ଥିବା ଏହି ଅଭିନେତ୍ରୀଙ୍କ ପ୍ରଶଂସକ କାହିଁରେ କେତେ। ଅଜବଗଜବ ଫ୍ୟାଶନ ସେନ୍ସ ସହ ବିଳାସମୟ ଲାଇଫଷ୍ଟାଇଲ୍‌ ଲାଗି ଲୋକେ ତାଙ୍କୁ ଫଲୋ କରନ୍ତି। ହେଲେ ଏବେ ସେ ଅସୁସ୍ଥ ଥିବା ଖବର ମିଳିବା ପରେ ପ୍ରଶଂସକ ଚିନ୍ତିତ ହୋଇପଡ଼ିଛନ୍ତି।
କାର୍ଦାସିଆନଙ୍କ ଶୋ’ ‘କିପିଂ ଅଫ୍‌ ଦ କାର୍ଦାସିଆନ୍‌’କୁ ବେଶ ପସନ୍ଦ କରାଯାଏ। ନିକଟରେ ସେ ଶୋ’ରେ ବଡ଼ ଖୁଲାସା କରିଥିଲେ। ସେ ବ୍ରେନ୍‌ ଏନ୍ୟୁରିଜିମ୍‌(Brain Aneurysm)ରେ ପୀଡ଼ିତ। ୨୦୨୨ରେ ସ୍ବାମୀ କ୍ୟାନ୍ୟେ ଓ୍ବେଷ୍ଟଙ୍କଠାରୁ ଛାଡ଼ପତ୍ର ନେବା ପରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଏହି ଚାପ ତାଙ୍କ ରୋଗର କାରଣ ସାଜିଥିଲା। ଏହି ରୋଗ ଏଭଳି ଏକ ଅବସ୍ଥା ଯେଉଁଥିରେ ମସ୍ତିଷ୍କର ରକ୍ତବାହୀ(ବ୍ଲଡ୍‌ ଭେସେଲ୍ସ)ର ଏକ ଅଂଶ ଦୁର୍ବଳ ହୋଇ ଫୁଲିଯାଏ। ସେଥିରେ ରକ୍ତ ପରିପୂର୍ଣ୍ଣ ହୋଇଯାଏ। କିମ୍‌ଙ୍କ ଅସୁସ୍ଥତାକୁ ନେଇ ଖୁଲାସା ପରେ ପ୍ରଶଂସକ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।
ତେବେ କିମ୍‌ ହଲିଉଡ୍‌ରେ ଜଣେ ଫ୍ୟାଶନ ଆଇକନ୍‌ ଭାବେ ପରିଚିତ। ତାଙ୍କର ପରଫେକ୍ଟ ଫିଗର ଏବଂ ଗର୍ଜିଅସ୍‌ ଲୁକ୍‌ ସମସ୍ତଙ୍କୁ କିମିଆଁ କରେ।  ଏବେ ଯାଏ ସେ ୩ ଥର ବିବାହ କରିଛନ୍ତି।