ଗଞ୍ଜାମରେ ଧୂମଧାମରେ ପାଳନ ହେଲା ହୋଲି :ସାମିଲ ହେଲେ ମହିଳା

ଗଞ୍ଜାମ,୪/୩(ବିଦ୍ୟାଧର ସାହୁ ):ସମଗ୍ର ଭାରତ ବର୍ଷରେ ପବିତ୍ର ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳିତ ହୋଇଛି। ୱାର୍ଡ ନଂ ତିନି ଆଖଡ଼ା ବନ୍ଧ ସାହିର ଛୁଆ ଠାରୁ ଆରମ୍ଭ କରି ଯୁବକ ଯୁବତୀ ଓ ମହିଳାମାନେ ଏଥିରେ ସାମିଲ ହୋଇ ପରସ୍ପରକୁ ରଙ୍ଗ ଲଗେଇ ହୋଲି ପାଳନ କରିଥିବା ଦେଖିବାକୁ ମିଳିଥିଲଲା। ଏହି ହୋଲି ମାଧ୍ୟମରେ ପୂର୍ବ ମତଭେଦମାନ ଅଭିମାନ ଭୁଲି ଭାଇଚାରା ସୃଷ୍ଟି କରିବା ସାହିର ଏକତା ରଖିବାକୁ ଆହ୍ୱାନ ଦିଆଯାଇଥିଲା ।
ସେହିପରି ପୁଇଁତୋଳା ଗ୍ରାମର ଚାରି ସାହିର ଯୁବ ଗୋଷ୍ଠୀ ନାଚ ଗୀତରେ ଏହି ପବିତ୍ର ହୋଲି ପାଳନ କରିଛନ୍ତି ।

Share
Tags: ganjamholi