Categories: Home Leftଖେଳ

କାଶୀ ବିଶ୍ୱନାଥରେ ହକି ଖେଳାଳି

ବାରାଣାସୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ସ୍ପେନକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ବିଜୟ ପରେ ଭାରତୀୟ ଖେଳାଳି ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ହଜାର ହଜାର ଲୋକ ଉପସ୍ଥିତ ରହି ଜୋରଦାର ସ୍ବାଗତ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତୀୟ ହକି ଖେଳାଳି ଲଳିତ ଉପାଧ୍ୟାୟ ରବିବାର କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ମହାଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏପରିକି ମହାଦେବକୁ ପଦକ ଅର୍ପଣ କରିଥିଲେ। ଏହି ଅବସରରେ ତାଙ୍କୁ ଭେଟିବା ପାଇଁ ଲୋକେ ଉତ୍‌କଣ୍ଠାର ସହ ଅପେକ୍ଷା କରିଥିଲେ।