୧୦ରୁ ହକି ପ୍ରତିଯୋଗିତା

ଝାରସୁଗୁଡ଼ା,୨ା୫(ଆଶିଷ ରଞ୍ଜନ ଦାଶ)- ଝାରସୁଗୁଡ଼ା ଜିଲା ହକି ସଂଘ ପକ୍ଷରୁ ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଆନ୍ତଃ କ୍ଲବ୍‌ ଓ ବିଦ୍ୟାଳୟସ୍ତରୀୟ ଜୁନିଅର ବାଳକ ବିଭାଗ ହକି ପ୍ରତିଯୋଗିତା ଏଚ୍‌. କଟାପାଲିସ୍ଥିତ ଝାରସୁଗୁଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ମ୍ୟାଚ୍‌ ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖେଳାଯିବ। ବିଜୟୀ ଦଳକୁ ୮ ହଜାର ଟଙ୍କା, ରନର ଅଫ୍‌ ଦଳକୁ ୫ ହଜାର ଟଙ୍କା ଏବଂ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଥିବା ଖେଳାଳିଙ୍କୁ ପୁରସ୍କୃତ କରାଯିବ।

ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଆସନ୍ତା ୬ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡିବ। ଅଧିକ ବିବରଣୀ ଜାଣିବା ପାଇଁ ଜିଲା ହକି ସଂଘ ସହିତ ଜିତେନ୍ଦ୍ର ମହନ୍ତ, ସୁଶାନ୍ତ ବେହେରା ଏବଂ ସୁଜିତ ଲାକ୍ରାଙ୍କୁ ଯୋଗାଯୋଗ କରିବାକୁ ହକି ସଂଘ ପକ୍ଷରୁ ପ୍ରେସ୍‌ବିଜ୍ଞପ୍ତିରେ କୁହାଯାଇଛି।