Categories: Home Middleଖେଳ

ଏସିଆ କପ: ଭାରତ ୪-୧ରେ ଦକ୍ଷିଣ କୋରିଆକୁ ହରାଇ ଚାମ୍ପିୟନ, ବିଶ୍ୱକପରେ ସ୍ଥାନ ପକ୍କା

ରାଜଗୀର,୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ହକି ଦଳ ଏସିଆ କପ ୨୦୨୫ ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି। ଏହି ବିଜୟ ସହ ଭାରତ ଆଗାମୀ ବର୍ଷ ପାଇଁ ଏଫଆଇଏଚ ହକି ବିଶ୍ୱକପରେ ସ୍ଥାନ ନିଶ୍ଚିତ କରିଛି।

ମ୍ୟାଚରେ ଭାରତ ଆକ୍ରମଣାତ୍ମକ ଓ ନିୟନ୍ତ୍ରିତ ପ୍ରଦର୍ଶନ ଦେଖାଇଥିଲା। ସୁପର ୪ ପର୍ଯ୍ୟାୟରେ କୋରିଆ ବିପକ୍ଷେ ୨-୨ ଡ୍ର ଖେଳିଥିବା ଭାରତ ଫାଇନାଲରେ ନିଜର ଆଧିପତ୍ୟ ବଜାୟ ରଖିଥିଲା। ଏହା ପୂର୍ବରୁ ଭାରତ ଚାଇନାକୁ ୭-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଏହି ବିଜୟ ସହ ଭାରତ ୨୦୦୩, ୨୦୦୭ ଓ ୨୦୧୭ ପରେ ଚତୁର୍ଥ ଥର ଏସିଆ କପ ଟାଇଟଲ ହାସଲ କଲା, ଯେଉଁଥିରେ ଦକ୍ଷିଣ କୋରିଆର ଟାଇଟଲ ରକ୍ଷା ସ୍ଵପ୍ନ ଭାଙ୍ଗିଗଲା।

Share