ବଢୁଛି ଏଚଆଇଭି ସଂକ୍ରମଣ: ପାଲଟିଛି ଚିନ୍ତାର କାରଣ

ଲୋଇସିଂହା,୪।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହାରେ ଉଦବେଗଜନକ ଭାବେ ଏଚଆଇଭି ପଜିଟିଭ ସଂକ୍ରମଣ ହେବାରେ ଲାଗିଛି। ଗତ ୧୦ ମାସରେ ୧୨ ଜଣ ପଜିଟିଭ ଚିହ୍ନଟ ଚିନ୍ତାର କାରଣ ହୋଇଛି। ଏହି ପରିପ୍ରେକ୍ଷୀରେରେ ସ୍ଥାନୀୟ ଡ଼ାକ୍ତରଖାନା ଆଇସିଟିସି କେନ୍ଦ୍ର ଓ ଝାରମୁଣ୍ଡା ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନଙ୍କ ପକ୍ଷରୁ ଲୋଇସିଂହାରେ ଏକ ପ୍ରଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇସିଟିସି କେନ୍ଦ୍ର ପରାମର୍ଶଦାତା ଖଗେଶ୍ବର ଗଡତ୍ୟା ନେତୃତ୍ୱରେ ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ବାମଦେବ ଭୋଇ, ପିଜିଟି କମ୍ପ୍ୟୁଟର ସାଇନ୍ସ ସମ୍ପତିକା ପଣ୍ଡାଙ୍କ ତତ୍ତାବଧାନରେ ଛାତ୍ରୀମାନେ ଲୋଇସିଂହା ସହର ପରିକ୍ରମା କରିବା ସହ ୨୬ ନଂ ଜାତୀୟ ରାଜପଥ କଡ ଷ୍ଟାଡିୟମ ଆଗରେ ଛାତ୍ରୀମାନେ ରୋଗର କାରଣ, ଲକ୍ଷଣ ଓ ସଂଯମତା ଉପରେ ଲୋକଙ୍କୁ ସଚେତନ କରିଥିଲେ।

 

Dharitri – Odisha’s No.1 Odia Daily

 

Share