ଓ୍ବାଙ୍ଖଡେରେ ଲେଖାହେଲା ଇତିହାସ

ମୁମ୍ବାଇ,୨।୧୧: ଓଡିଆଇ ବିଶ୍ୱକପ ୨୦୨୩ରେ ସପ୍ତମ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରିଛି। ରୋହିତଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ୱାଙ୍ଖଡେ ଗ୍ରାଉଣ୍ଡରେ ୩୦୨ରନ ବ୍ୟବଧାନରେ ୧୯୯୬ ଓଡିଆଇ ବିଶ୍ୱକପ ବିଜେତା ଶ୍ରୀଲଙ୍କାକୁ ପରାସ୍ତ କରିଛି। ଓଡିଆଇ ବିଶ୍ୱକପର ୪୮ବର୍ଷର ଇତିହାସରେ ରନ ଦୃଷ୍ଟିରୁ ଏହା ଦ୍ୱିତୀୟ ବୃହତ୍ତମ ପରାଜୟ। ଏହା ବ୍ୟତୀତ ମହମ୍ମଦ ଶାମି ମ୍ୟାଚରେ ୫ ୱିକେଟ ନେଇ ଭାରତ ପାଇଁ ଟୁର୍ନାମେଣ୍ଟରେ ସର୍ବାଧିକ ୱିକେଟ ନେଇଥିଲେ। ଏହା ବ୍ୟତୀତ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି ଏହି ଓ୍ବାଙ୍ଖଡେ ଷ୍ଟାଡିୟମରେ।
ଭାରତ ବିପକ୍ଷରେ ଓଡିଆଇରେ ସର୍ବନିମ୍ନ
୫୦ ରନ ଶ୍ରୀଲଙ୍କା, କଲମ୍ବୋ ଆରପିଏସ, ୨୦୨୩
୫୫ ରନ ଶ୍ରୀଲଙ୍କା, ମୁମ୍ବାଇ, ୱାଙ୍ଖଡେ ୨୦୨୩ * (ଗୁରୁବାର ୨ ଚଭେମ୍ବର ୨୦୨୩)
୫୮ ରନ ବାଂଲାଦେଶ, ମିରପୁର, ୨୦୧୪
୬୫ ରନ ଜିମ୍ବାୱେ, ହରାରେ, ୨୦୦୫
୭୩ ରନ ଶ୍ରୀଲଙ୍କା, ତ୍ରିଭେନ୍ଦ୍ରମ, ୨୦୨୩।