ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ କରାଯାଇଛି।
ମୁଖ୍ୟତଃ ପାଣ୍ଡିଆ ପଞ୍ଚାୟରେ ଅବହେଳିତ ଅବସ୍ଥାରେ ପଡିଥିବା ସମ୍ରାଟ ଅଶୋକଙ୍କ ବର୍ଣ୍ଣିତ ଐତିହାସିକ ଜଉଗଡର ଚତୁଃପାର୍ଶ୍ବକୁ ସଫାସୁତରାକରିବା ସହ ସହର ମଧ୍ୟସ୍ଥ ରଥସାହି ଜଗନ୍ନାଥମନ୍ଦିରକୁ ସଫାସୁତରା  କରାଯାଇଥିଲା। ଏଥିରେ ଏନ୍‌ଏସି ଅଧ୍ୟକ୍ଷ କ୍ରୁଷ୍ଣଚନ୍ଦ୍ର ପଣ୍ଡା, କାଉନସିଲର ଅଶୋକକୁମାର ମହାଙ୍କୁଡ,ଭାସ୍କର ବେହେରା, ଭବାନୀଶଙ୍କର ନାୟକ, କାଉନସିଲର ପ୍ରତିନିଧି ଚିଣ୍ଟୁ ମହାପାତ୍ର, ଭାଗିରଥି ବେହେରା, ଲୋକନାଥ ବେହେରା , ପରିମଳ ବିଭାଗ ଏକ୍ସପର୍ଟ ସତୀଶ କୁମାର ପାଣିଗ୍ରାହୀଙ୍କ ସମେତ ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ।
Dharitri – Odisha’s No.1 Odia Daily

Share