ଆଜିଠୁ ଐତିହାସିକ ବାଲିଯାତ୍ରା: ମୁଖ୍ୟମନ୍ତ୍ରୀ କରିବେ ଉଦ୍‌ଘାଟନ

କଟକ,୫ା୧୧(ଶିଳ୍ପା ପ୍ରିୟଦର୍ଶିନୀ):ଐତିହାସିକ ବାଲିଯାତ୍ରା କଟକ-୨୦୨୫ ବୁଧବାରଠାରୁ ଆରମ୍ଭ ହେବ। ଅପରାହ୍ନ ୫ଟା ୩୦ ମିନିଟ୍‌ରେ ଗଡଗଡିଆ ଘାଟରେ ମହାନଦୀ ଆଳତି ଓ ବୋଇତ ବନ୍ଦାଣ କରାଯିବ। ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବାଲିଯାତ୍ରା ମହୋତ୍ସବ-୨୦୨୫କୁ ଉଦ୍‌ଘାଟନ କରିବେ। ଏଥିରେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍‌. କୃଷ୍ଣମୂର୍ତ୍ତି ଯୋଗଦେବେ। ଏହାସହ ଉଚ୍ଚଶିକ୍ଷା ମନ୍ତ୍ରୀ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଏମ୍‌ପି, ରାଜ୍ୟ ସଭା ସଦସ୍ୟ, କଟକ ମେୟର, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ-ସଦର, ଆଠଗଡ, ସାଲେପୁର, ବାଙ୍କୀ, ମାହାଙ୍ଗା, ବଡମ୍ବା ନିର୍ବାଚନମଣ୍ଡଳୀର ବିଧାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ କମିଶନର, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବାଲିଯାତ୍ରା ୧୨ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ।

 

Dharitri – Odisha’s No.1 Odia Daily

 

Share