ବିହାରରେ ଏକାଡେମିକ କ୍ୟାଲେଣ୍ଡରକୁ ନେଇ ବିବାଦ: ରାମନବମୀ-ଶିବରାତ୍ରୀରେ ଛୁଟି ହେବନି ସ୍କୁଲ, ଇଦରେ ୩ଦିନ ଛୁଟି

ପାଟନା,୨୮।୧୧: ବିହାରର ସରକାରୀ ସ୍କୁଲରେ ଜାରି ହୋଇଥିବା ଏକାଡେମିକ କ୍ୟାଲେଣ୍ଡରକୁ ନେଇ ଦେଖାଯାଇଛି ବିବାଦ। ଏହି ହଲି ଡେ କ୍ୟାଲେଣ୍ଡରରେ ଛୁଟିକୁ ନେଇ ବହୁ ପରିବର୍ତ୍ତନ କରାଯାଇଛି। ସ୍କୁଲ ଛୁଟି ଅନୁଯାୟୀ କ୍ୟାଲେଣ୍ଡରରେ ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ରାମନବମୀ ଓ ଶିବରାତ୍ରିରେ ଛୁଟି ନ ଥିବାବେଳେ ଦିଓ୍ବାଲୀରେ ଗୋଟିଏ ଏବଂ ଛଟ୍‌ ପୂଜାରେ ୩ଦିନ ଛୁଟି ରହିଛି। ସେହିପରି ଇଦ ଓ ବକରିଇଦରେ ୩-୩ଦିନର ଛୁଟି ରହିଛି। ୨୦୨୪ରେ ହୋଲି ପାଇଁ ୨ଦିନ, ଦୁର୍ଗାପୂଜା ପାଇଁ ୩ଦିନ ଛୁଟି ମିଳୁଥିବାବେଳେ ମହରମରେ ୨ଦିନ ଛୁଟି ରଖାଯାଇଛି।

ଯାହାକୁ ନେଇ କ୍ଷମତାସୀନ ସରକାର-ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଏହାରି ଭିତରେ ଭାଜପା ନୀତିଶ ସରକାରଙ୍କୁ ଟାର୍ଗେଟ କରିଛି। ବିହାର ଭାଜପାର ପ୍ରବକ୍ତା ନିଖିଳ ଆନନ୍ଦ ସିଧାସଳଖ ନୀତିଶଙ୍କୁ ଟାର୍ଗେଟ କରିଛନ୍ତି। ନୀତିଶ ଧର୍ମକୁ ନେଇ ତୁଷ୍ଟିକରଣ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି।

ଶିକ୍ଷା ବିଭାଗ ଦ୍ୱାରା ଜାରି କ୍ୟାଲେଣ୍ଡରରେ ପ୍ରାଥମିକ, ମଧ୍ୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାପ୍ତାହିକ ଛୁଟିକୁ ରବିବାର ପରିବର୍ତ୍ତେ ଶୁକ୍ରବାର ରଖାଯାଇଛି।

Share