ବାଂଲାଦେଶରେ ହିନ୍ଦୁ ନେତାଙ୍କୁ ପିଟିପିଟି ହତ୍ୟା

ଢାକା,୧୯।୪:ବାଂଲାଦେଶର ଦିନାଜପୁର ଜିଲାରେ ହିନ୍ଦୁ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତାଙ୍କୁ ତାଙ୍କ ଘରୁ ଅପହରଣ କରିନିଆଯାଇ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜିଲାର ବାସୁଦେବପୁର ନିବାସୀ ଭବେଶ ଚନ୍ଦ୍ର ରୟ (୫୮)ଙ୍କ ମୃତଦେହ ଗୁରୁବାର ରାତିରେ ମିଳିଥିବା ପୋଲିସ କହିଛି। ଗୁରୁବାର ଅପରାହ୍ନରେ ଭବେଶଙ୍କୁ ଫୋନ୍‌ କରି ସେ ଘରେ ଥିବାନେଇ ଅପରାଧୀମାନେ ସ୍ପଷ୍ଟ ହୋଇଥିଲେ। ଏହାର ୩୦ ମିନିଟ୍‌ ପରେ ୨ଟି ମୋଟରସାଇକେଲରେ ୪ ଜଣ ପହଞ୍ଚତ୍ ଭବେଶଙ୍କୁ ଘରୁ ଅପହରଣ କରିନେଇ ନିର୍ଘାତ ମାଡ଼ ମାରିଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଭବେଶଙ୍କୁ ହସ୍ପିଟାଲ ନେଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା। ଭବେଶ ବାଂଲାଦେଶ ପୂଜା ଉଦ୍‌ଯାପନ ପରିଷଦର ଉପସଭାପତି ଥିଲେ।

Share