ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକ ଅସଦାଚାରଣ କରି ଶୁକ୍ରବାର ଗିରଫ ହୋଇଛନ୍ତି। ପୀଡ଼ିତା ଛାତ୍ରୀ ଜଣକ ଆଗରପଡ଼ା ଅଞ୍ଚଳର ଅଟନ୍ତି। ଶୁକ୍ରବାର ହିନ୍ଦୀ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଜଣାପଡ଼ିବା ପରେ ବିଦ୍ୟାଳୟ ଆଗରେ ଗ୍ରାମବାସୀ ହୋ-ହଲ୍ଲା କରିଥିଲେ। ପୀଡ଼ିତା ଛାତ୍ରୀ ଜଣକ ସ୍କୁଲରୁ ପଳାଇ ଯାଇ ନିକଟସ୍ଥ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିଲେ। କଷିଆ ସାମୁଦ୍ରିକ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଶିକ୍ଷକ କ୍ରିଷ୍ଣାନନ୍ଦ ମିଶ୍ରଙ୍କୁ ପୋଲିସ ଗିରଫ କରିଛି ବୋଲି ଆଇଆଇସି କୁନି ବେଶ୍ରା କହିଛନ୍ତି।

Dharitri – Odisha’s No.1 Odia Daily

Share