ହିମାଚଳପ୍ରଦେଶ ନିର୍ବାଚନ: ୬୮ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଶିମଲା,୧୭।୧୦: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ନଭେମ୍ବର ୧୨ରେ ଅନୁଷ୍ଠିତ ହେବା ନେଇ ତାରିଖ ଘୋଷଣା ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ସମସ୍ତ ୬୮ ଆସନ ଲାଗି ସୋମବାର ପ୍ରାର୍ଥୀ ଘୋଷଣା କରିବ। ଦଳର ନେତ୍ରୀ ଅଳକା ଲାମ୍ବା ଏହି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ହିମାଚଳପ୍ରଦେଶରେ ଆମ୍‌ ଆଦ୍‌ମୀ ପାର୍ଟି ଭାଗ୍ୟ ପରୀକ୍ଷା କରିବାକୁ ଉଦ୍ୟମ ଚଳାଇଥିବା ବେଳେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି। ସୋମବାର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ଅକ୍ଟୋବର ୨୫ ରହିଛି।